Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational

4.0  

Pranati Panda

Inspirational

ଭାରତ ମାତାର ଜୟ

ଭାରତ ମାତାର ଜୟ

1 min
183



ପ୍ରଗତିର ସୂର୍ଯ୍ୟ ହସି ଉଠେ ଯହିଁ

ସିଏ ମୋ ଭାରତ ବର୍ଷ,

ଆମର ଐତିହ୍ୟ ଆମ ପରମ୍ପରା

ଉତ୍କର୍ଷତା ଛୁଏଁ ଶୀର୍ଷ ।


ମହାନ୍ ଆମର ଦେଶଭକ୍ତି ବୀର 

ଗରିମାରେ ବିଶ୍ଵଗୁରୁ,

ଜ୍ଞାନର ପଥରେ ଧର୍ମର ପଥରେ

ସୁନ୍ଦର ସେ ସ୍ବର୍ଗ ଠାରୁ।


ସଭ୍ୟତା ଆମର ସଂସ୍କୃତି ଆମର

ଗୁଣେ ସ୍ଵତନ୍ତ୍ରତା ଭରା ,

ମୋ ଦେଶର ମାଟି ପବିତ୍ର ସେ ଅତି

ନିଆରା ବି ପରମ୍ପରା ।


ଶତ ପ୍ରଣାମ ମୋ ଅମର ଯବାନ୍ 

ଭାରତ ପାଇଁ ମହାନ ,

ତାଙ୍କ ପାଇଁ ଆଜି ସମଗ୍ର ବିଶ୍ଵରେ

ଭାରତ ମୋ ଗରୀୟାନ ।


ଆମ ଦେଶ ନୀତି ଅହିଂସା ଓ ଶାନ୍ତି

କର୍ତ୍ତବ୍ୟ ନିଷ୍ଠାରେ ହସି ,

ଆମର ସେନାନୀ କର୍ମେ ସ୍ଵାଭିମାନୀ 

ଲଢ଼ୁଆ ପଣେ ସାହସୀ ।


ଏ ରାଷ୍ଟ୍ର ଆମର ସବୁଜ ସୁନ୍ଦର

ଚିର ସ୍ଵର୍ଣ୍ଣ ପ୍ରସବିନୀ ,

ମାତୃ ଶକ୍ତି ମୋର ଅତୁଲ୍ୟ ଅମର 

ଜୟ ଭାରତ ଜନନୀ ।


ସ୍ୱାଧୀନ ଭାରତ କେଡ଼େ ସୁଶୋଭିତ

ଗାଏ ମନ୍ତ୍ର ଜୟଗୀତି,

ମାଟି ମହାଧନ ରଖିବା ତା ' ମାନ

ମନେ ରଖି ଦେଶଭକ୍ତି।


ଜୟ ଯବାନ୍ ଓ ଜୟ କିଷାନ୍ ରେ

ବନ୍ଦେ ମାତରଂ ସ୍ଳୋଗାନ,

ତ୍ରିରଙ୍ଗା ମହାନ୍ ପବିତ୍ରତା ପୂର୍ଣ୍ଣ 

ଭାରତ ମୋ ଭାଗ୍ୟବାନ ।


ଐକ୍ୟ ଅଖଣ୍ଡତା  ଭରା ବିବିଧତା 

ଏ ଦେଶର ପରିଚୟ ,

ସାଧାରଣତନ୍ତ୍ର ଦିବସ ସ୍ଵତନ୍ତ୍ର

ଭାରତ ମାତାର ଜୟ । 




Rate this content
Log in

Similar oriya poem from Inspirational