ଭାରତ ମା
ଭାରତ ମା
ମର୍ତ୍ତ୍ଯର ନନ୍ଦନବନ ନିର୍ବିକଳ୍ପ ଆକର୍ଷଣ
ହିମାଳୟ ଶିରେ ଯା'ର ମୁକୁଟ ମଣି ,
ସାଗର ଚରଣ ଧୁଏ ନଦୀ ଯା ମେଖଳା ପ୍ରାୟେ
ଗରଭେ ତା ଲୁଚାଇଛି ରତନ ଖଣି,
ଧରିଅଛି କୋଳେ ସେ ବୀର,
ମୋ ଭାରତ ମା ତା ପାଦେ କୋଟି ଜୁହାର।
ତା କୋଳେ କେତେ ସଭ୍ଯତା
ଗରବେ ଟେକିଛି ମଥା,
ଜାଳିଅଛି କୋଣେ କୋଣେ ଜ୍ଞାନ ପ୍ରଦୀପ
ଶିଖାଇଛି ଦେଶପ୍ରେମ
ସଂସ୍କୃତି ଆଉ ସମ୍ଭ୍ରମ,
ଜନମିଲେ ଋଷି ଯୋଗୀ କରିଣ ତପ,
କାତ୍ଯାୟିନୀ ରୂପେ ଖର୍ପର,
ନିପାତ କରିଛି ମା ବିଧର୍ମୀ ପାମର।
ସାଜି ଭୁବନମୋହିନୀ
କଲ୍ଯାଣମୟୀ ଜନନୀ,
ବୁଣି ଦେଇଅଛ କେତେ ଶାନ୍ତି ପୀରତି,
ସର୍ବଧର୍ମ ସମନ୍ବୟ ବସୁଧୈବ କୁଟୁମ୍ବୀୟ
ସାଇତି ରଖିଛ ସତ୍ଯ ଅହିଂସା ନୀତି,
ସେ ମାଟିର ମୁକ୍ତି ସଂଗୀତ
ସେ ସଂଗୀତରୁ ଝଂକୃତ ଜୀବନ ଗୀତ।
ସାହିତ୍ୟ ବଶ୍ବବିଦିତ ସଂସ୍କୃତି ଚିର ବନ୍ଦିତ
ହୃଦୟେ ସ
ୁଧା ଧର୍ମ ମାନବ ସେବାଟି,
କି ମଧୁର ମୋ ମା ଭାଷା !
ସୁନ୍ଦର ତାହାରି ଭୂଷା
କର୍ମ ଆମ ଜୀବନର ଶ୍ରେଷ୍ଠ ବ୍ରତଟି,
ପ୍ରେମ ସତ୍ଯ, ଶିବ ସୁନ୍ଦର,
କୋଟି ପ୍ରାଣ ଗୁନ୍ଥା ଯା ଏକତା ମନ୍ତ୍ରର
ଭ୍ରଷ୍ଟ 'ଅମୃତସ୍ୟ ପୁତ୍ର'
ଅର୍ଥ କ୍ଷମତାର ଭୃତ୍ୟ,
ଗଣତନ୍ତ୍ର ମାଟିରେ ଜହ୍ଲାଦ ହୁଂକାର,
ମାନବବାଦ ଜୁଇର
ନୃତ୍ୟ ସାମ୍ରାଜ୍ଯବାଦର
ଚତୁର୍ଦ୍ଦିଗେ ପ୍ରକମ୍ପିତ ରଣତୂରୀ ର,
ମାଟିରେ ରକତର ନଦୀ,
ଶାନ୍ତି କପୋତ ଆଜି ପିଞ୍ଜରାରେ ବନ୍ଦୀ
ସହିଦ ଢାଳି ରକତ
ସପନକୁ କଲେ ସତ
ଯାତନା ପରେ ହସିଲା ଭାରତମାତ,
ଆମ କାନ୍ଧରେ ବୋହିବା
ସୁଜଳା,ସୁଫଳା,ସମ୍ଭବା
ଉଡାଇବା ସଗରବେ ତ୍ରିରଙ୍ଗା ନେତ,
ଏକତା ଅକ୍ଷର ଅମର,
ସେ ମନ୍ତ୍ରର ଉଚ୍ଚାରଣେ ବନ୍ଦନା ମାଟିର ।