ଭାରତ ଗଢିବା ଲକ୍ଷ୍ୟ ଆମର
ଭାରତ ଗଢିବା ଲକ୍ଷ୍ୟ ଆମର


ଆମେ ଯେତେ ସବୁ ଭାଇ ଭଉଣୀ,
ଶିକ୍ଷାରେ କରିବା ଦେଶ ଅଗ୍ରଣୀ ।
ଜାତି ଧର୍ମ ଭୁଲି ଏକାଠି ହେବା,
ବିଶ୍ଵରେ ଦେଶକୁ ଶ୍ରେଷ୍ଠ କରିବା ।
ଛୁଆଁ ଅଛୁଆଁର ଭାବକୁ ଭୁଲି,
ଦେଶ ସମୃଦ୍ଧିରେ ହେବା ସାମିଲି।
ଦୁଃଖ ଓ ଦରିଦ୍ର ଦୂରେଇ ଦେବା,
ସାମ୍ୟବାଦେ ଅନୁପ୍ରାଣିତ ହେବା ।
ଭାରତ ଗଢିବା ଲକ୍ଷ୍ୟ ଆମର,
ପରିବେଶ ସୁରକ୍ଷା ଦରକାର ।<
/strong>
ମିଳିମିଶି ହୋଇ ଆମେ ଚଳିବା,
ବିପଦେ ଅନ୍ୟକୁ ସାହାଯ୍ୟ ହେବା ।
ଦୁଃଖରେ କାତର ନହେବା କେହି,
ଶ୍ରମ କଲେ ଦୁଃଖ ଯିବ ପଳାଇ ।
ସବୁରି ସାଥିରେ ଆମେ ବଢିବା,
ଦେଶ ସମୃଦ୍ଧିରେ ସାମିଲ ହେବା ।
ଅହିଂସା ଆମର ପରମ ଧର୍ମ,
ସହିଷ୍ଣୁତା ହୋଇ କରିବା କର୍ମ ।
ଗାନ୍ଧି, ଗୋପବନ୍ଧୁ ଦେଶ ଆମର,
ଦେଶ ହିତେ ବ୍ରତୀ ହେବା ହିଁ ସାର ।