STORYMIRROR

Jayashree Maharana

Children

3.8  

Jayashree Maharana

Children

ଭାରି ସେ ଉପକାରୀ

ଭାରି ସେ ଉପକାରୀ

1 min
196


ଆସରେ ପିଲେ ଏକାଠି ହୋଇ

ପୋତିବା ଆମେ ଗଛ

ଯତନ ନେଲେ ଟିକି ଗଛଟି

ହୋଇବ ଦିନେ ଉଚ୍ଚ ।


ଫୁଲ ଧରିବ ଗଛ ଡାଳରେ

ବିତରି ଦେବ ବାସ

ମିଠା ଫଳରେ ପେଟ ପୁରିବ

ଓଠେ ଖେଳିବ ହସ ।


ଗଛେ ପତର ରୋଷେଇ ଘର

ସବୁଜ ରଙ୍ଗ ଭରା

ଅମଳଜାନ ତାହାରି ଦାନ

ବଞ୍ଚୁଛେ ଆମେ ପରା ।


ଗଛର ଚେର ଜାବୁଡି ଧରି

ମାଟି ଧୋଇବ ନାହିଁ

ଡାଳପତର ଯୋଗେଇଦେଵ

ଖରା ବେଳରେ ଛାଇ ।


ଗଛଟିଏ ତ ଅମୂଲ ମୂଲ

ଭାରି ସେ ଉପକାରୀ

ପର ସେବାରେ ଜୀବନ ତା'ର

ଆମରି ମାଆ ପରି ।


Rate this content
Log in

Similar oriya poem from Children