Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

କବିରତ୍ନ ନୂତନ କୁମାର ବେହେରା

Inspirational

3  

କବିରତ୍ନ ନୂତନ କୁମାର ବେହେରା

Inspirational

ଭାଇ ଭଉଣୀ

ଭାଇ ଭଉଣୀ

1 min
186


ଗୋଟିଏ ମାଆର ଗର୍ଭ ବିଦାରି

ଏ ଧରାପୃଷ୍ଠକୁ ଜଣେ ପରେ ଜଣେ ଆସି

ପାର୍ଥିବ ସମ୍ପର୍କରେ ବାନ୍ଧି ହୋଇଥାନ୍ତି

ସେମାନେ ଭାଇ ଭଉଣୀ

ଈଶ୍ଵରଙ୍କ ଅପାର କରୁଣାର ବରଦାନ

ଶରୀର ହେଲେ ବି ଅଲଗା ରକ୍ତ ଯେ ଏକ

ମନ ପ୍ରାଣରେ ସ୍ନେହ ଶ୍ରଦ୍ଧା ଭାବ

ଚିରଦିନ ରହିଥାଏ ପରସ୍ପରର ମଧ୍ୟରେ 

ଅତୁଟ ଅଚ୍ଛିହ୍ନ ଏ ପବିତ୍ର ଦୃଢ଼ ବନ୍ଧନ 

ଭାଇ ଭଉଣୀ ଉଭୟେ ଚାହାଁନ୍ତି

ଜଣେ ଜଣକର ଭଲ ଉତ୍ତରୋତ୍ତର ଉନ୍ନତି

ଭଉଣୀ ପ୍ରଭୁଙ୍କୁ ପୂଜି ଶୁଭ ମନାସେ ନିତି

ଭାଇ ତାର ହେଉ ଭାଗ୍ୟବାନ 

ସୁଖ ଶାନ୍ତିରେ ରହୁ ହୋଇ ମାନ୍ୟଗଣ୍ୟ

ଭାଇ ଚାହେଁ ଭଉଣୀ ତାର ହେଉ ରାଜରାଣୀ

ଭଲ ଘରକୁ ଯାଉ ବଧୂବେଶ ସାଜି

ହସ ଖୁସି ଆନନ୍ଦରେ ରହୁ 

ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟମୟ ହେଉ ତା ଜୀବନ

ଦେହ ତାର ରହୁ ସୁସ୍ଥ ନୀରୋଗ 

ମନ ଥାଉ ସଦା ନିର୍ମଳ ନିର୍ଲିପ୍ତ ନିର୍ବିକାର

ପରସ୍ପରର ହୃଦୟ ରହିଥାଏ ଉଦାର

ଅନ୍ତରରୁ ଝରୁଥାଏ ଭଲ ପାଇବାର ଅମୃତ

ଦୁହିଁଙ୍କ ମଧ୍ୟେ ଥାଏ ସହଯୋଗ ସଦ୍ଦିଚ୍ଛା

ଭରସା ବିଶ୍ଵାସର ଆନ୍ତରିକ ବୁଝାମଣା

ଭାଇ ଭଉଣୀର ହୋଇଥାଏ ରକ୍ଷା କବଚ

ଭଉଣୀ ବି ଭାଇ ପ୍ରତି କରିଥାଏ ତ୍ୟାଗ

ସେବା ଯତ୍ନରେ ନ ରଖି କିଛି ସ୍ଵାର୍ଥ

ଦୂରେ ଥାନ୍ତୁ ଅବା ନିକଟରେ

ବିପଦ ଆପଦରେ ଛୁଟି ଆସନ୍ତି ବେଗେ

ଭାଇ ଭଉଣୀର ସହାନୁଭୂତି ଅନୁକମ୍ପା

ସଂସାରରେ ନିଆରା ଅନନ୍ୟ

ତାର ନିଦର୍ଶନର ସ୍ୱରୂପ ଭଉଣୀ

ଭାଇ ହାତରେ ବାନ୍ଧିଦିଏ ସୁନେଲି ରାକ୍ଷୀ

ସାରା ଦୁନିଆଁ କହେ ଧନ୍ୟ ଧନ୍ୟ 

ପରସ୍ପରର ଏ ଆତ୍ମୀୟତା ଭାବ ଦେଖି

ଭାଇ ଭଉଣୀ ଅର୍ଜନ କରନ୍ତି ଯଶ କୀର୍ତ୍ତି

ଜୀବନ ହୁଏ ସଫଳ ତାଙ୍କର

ସମାଜର ଆଦର୍ଶ ହୁଅନ୍ତି ଭାଇ ଭଉଣୀ।

 



Rate this content
Log in