ଭାଗ୍ୟ
ଭାଗ୍ୟ
ବରଷା ଗୋ ତୁମେ ବରଷି ଗଲ ଯେ
ମନ ଅଗଣାରେ ଯେବେ,
ହୃଦୟ ଟା ମୋର ଖଣ୍ଡ ବିଖଣ୍ଡିତ
ଦୁନିଆ ବୁଝିଲି ସେବେ।
ଟୋପା ଟୋପା ବିନ୍ଦୁ ଝରିପଡେ ଆହା
ନୟନ ମାନେନା କଥା,
ସ୍ମୃତି ରୁ ଚେନାଏ ଦେଖା ଦେଇଥାଏ
ବଳି ପଡେ ମୋର ବ୍ୟଥା।
ନୂତନ ଭାବନା ନୂଆ ଉଦ୍ଦୀପନା
କା ପାଶ ରେ କେତେ ଥିଲା
ସମୟ ଚକ୍ରରେ ଫିଟିଗଲା କଥା
ସ ଧରା ପଡ଼ିଗଲା।
ସରଗ ର ଚାନ୍ଦ ଭାବିଥିଲି ତୋତେ
ନିତି ଅପେକ୍ଷା ରେ ଥିଲି,
ବର୍ଷ ମାସ ଦିନ ଗଡ଼ି ଗଡ଼ି ଚାଲେ
ଚାତକ ପରି ଚାହିଁଲି।
ଭାବି ଥିଲି ହେବି କଳଙ୍କ ବିହୀନ
ଆଉ କିଛି ନାହିଁ ଲୋଡା,
ହୃଦୟ ଘରକୁ ଛାଡି ଚାଲିଗଲ
ଦେଉଥି ଲ ସତେ ଭଡ଼ା।
ଦୂ ବନ୍ଧୁ ହୋଇ ରହିଥା ନ୍ତ ଯଦି
ମନେ ମୋର ଦୁଃଖ ନାହିଁ
ହେଲେ ସେଇ ଭାଗ୍ୟ ନ ଆସିଲା ଥରେ
ଦିନ ଗଲା ଚାହିଁ ଚାହିଁ।