ଭାଗବତର ପରୀକ୍ଷିତ
ଭାଗବତର ପରୀକ୍ଷିତ
ମହାକାବ୍ୟ ମହାଭାରତ ବଖାଣେ
ପରୀକ୍ଷିତଙ୍କ ବୃତ୍ତାନ୍ତ
ପାଣ୍ଡବ କୁଳର ଉତ୍ତରାଙ୍କ ପୁତ୍ର
ଜନ୍ମ ରହସ୍ୟ ବିଚିତ୍ର
ମାତୃ ଗର୍ଭେ ଯେବେ ଥିଲେ ପରୀକ୍ଷିତ
ଜୀବନ ଥିଲା ବିପନ୍ନ
ଅଶ୍ୱସ୍ଥାମା ଦ୍ଵାରା ବ୍ରହ୍ମାସ୍ତ୍ର ପ୍ରୟୋଗ
ଲକ୍ଷ୍ୟ ଗର୍ଭସ୍ଥ ସନ୍ତାନ
ମାତା ଉତ୍ତରାଙ୍କ ଆକୁଳ ପ୍ରାର୍ଥନା
ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ
ଶ୍ରୀକୃଷ୍ଣ ନିଜର ଯୋଗ ଶକ୍ତି ବଳେ
ପ୍ରାଣ ବଞ୍ଚିଲା ଅଚିରେ ।
ପରବର୍ତ୍ତୀ ସମୟରେ ରାଜ ପଦ
ପ୍ରାପ୍ତ ହେଲେ ପରୀକ୍ଷିତ
କଳି ଆଗମନ ଜାଣିଲେ ରାଜନ
କ୍ରମେ ହେଲେ ବିଚଳିତ
କଳିର ରାଜୁତି ସର୍ବତ୍ର ହେବାକୁ
ଅସମ୍ମତ ପରୀକ୍ଷିତ
କେବଳ ସ୍ତ୍ରୀ, ସୁନା,ଜମି, ଜୁଆ,ମଦ
କ୍ଷେତ୍ର ହେଲା ସ୍ଥିରୀକୃତ
କଳି ପାଇଁ କ୍ଷେତ୍ର ସହଜେ ପ୍ରସ୍ତୁତ
ରାଜାଙ୍କ ଶିର ଉପରେ
ସୁନାର ମୁକୁଟ ମଧ୍ୟେ ରହି କଳି
ଖେଳ ଖେଳିଲା ଅଚିରେ ।
ଏକଦା ଅରଣ୍ୟେ ଶିକାର ଉଦ୍ଦେଶ୍ୟେ
ପରୀକ୍ଷିତଙ୍କ ଗମନ
ଭ୍ରମୁ ଥିଲେ କ୍ଳାନ୍ତ ଓ ତୃଷାର୍ତ୍ତ ସହ
ଋଷି ହେଲା ଦୃଶ୍ୟମାନ
ଶମିକ ନାମକ ଋଷି ନିରୁତ୍ତର
ପୁଣି ଥିଲେ ଧ୍ୟାନ ମଗ୍ନ
କଳି ପ୍ରଭାବ ବଳରେ ପରୀକ୍ଷିତ
କ୍ରୋଧିତ ହେଲେ ସେ'କ୍ଷଣ
ମୃତ ସର୍ପ ରଖି ଋଷିଙ୍କ ଗଳାରେ
ଫେରିଲେ ନିଜ ପୁରକୁ
ଶୃଙ୍ଗୀ ନାମ୍ନୀ ଋଷିଙ୍କର ପୁତ୍ର କ୍ରମେ
ଜ୍ଞାତ ଦେଖିଣ ପିତାଙ୍କୁ
ସାତ ଦିନ ମଧ୍ୟେ ତକ୍ଷକ ଦଂଶନ
ବଳେ ହେଉ ସେହି ମୃତ
ଶାପ ଦେବା ପରେ କହିଲେ ପିତାଙ୍କୁ
ଘଟଣାର ଇତିବୃତ୍ତ
ଶାପ ଦେବା ଶୁଣି ଋଷିଙ୍କୁ ଡକାଇ
ବୁଝାଇ କହିଲେ ଧୀରେ
ସତର୍କତା ସହ ରହିବାକୁ ହେବ
ଜୀବନ ଯାତ୍ରା ପଥରେ ।
ପରୀକ୍ଷିତ କ୍ରମେ ପତ୍ରକୁ ସମର୍ପି
ରାଜ୍ୟ ଭାର ଓ ଶାସନ
ପ୍ରତିକାର ପାଇଁ ଗଙ୍ଗା ନଦୀ କୂଳେ
>କଲେ ଯଜ୍ଞ ଆୟୋଜନ
ବ୍ୟାସଦେବ ପୁତ୍ର ଶୁକ ମୁନି କ୍ରମେ
ଶୁଣାଇଲେ ଭାଗବତ
ବ୍ୟାସଦେବ କୃତ ପୁଣ୍ୟ ଭାଗବତ
କ୍ରମେ ହେଲା ପ୍ରସାରିତ ।
ସତ୍ୟ ଧର୍ମ ମୁକ୍ତି ପଥ ପ୍ରଦର୍ଶକ
ଭାଗବତ ଆଦିମୂଳ
ବେଦ ମଧ୍ୟେ ସାର ମୋକ୍ଷ ବିଧାୟକ
ଆତ୍ମ କଲ୍ୟାଣ ର ମୂଳ
ସତ୍ତ୍ଵ ଜ୍ଞାନ ଦିବ୍ୟ ଭାବ ପ୍ରବର୍ତ୍ତକ
ଭାଗବତ ରସାତ୍ମକ
ମୋହ ମାୟା ଷଡ ରିପୁ ବିନାଶକ
ଜନ୍ମ କର୍ମ ନିୟାମକ
ଜୀବନ ଦର୍ଶନ ସମ୍ବଳିତ ତଥ୍ୟ
ଭାଗବତ ରେ ଗୁରୁତ୍ଵ
ଆତ୍ମ ସମୀକ୍ଷା ଓ ଆତ୍ମ ନିୟନ୍ତ୍ରଣ
ସୁତ୍ର ରହିଛି ନିହିତ
ଜୀବନ ଯୁଦ୍ଧ ରେ ସଂଘର୍ଷ ବ୍ୟାପକ
ଅସ୍ତ୍ର ରୂପେ ଭାଗବତ
ଆତ୍ମ ବିଶ୍ଳେଷଣ ଉପାଦାନ ସହ
ଆତ୍ମା ହୁଏ ବିକଶିତ
ଆତ୍ମା ଆଉ ପରମାତ୍ମା ସମ୍ବନ୍ଧୀୟ
ଯୋଗ ସାଧନାର ମନ୍ତ୍ର
ଭାଗବତ ବାଣୀ ଆଧାରରେ ସୁତ୍ର
ସହଜେ ହୁଅଇ ପ୍ରାପ୍ତ
ଭାଗବତ ନୁହେଁ କେବଳ ପଠନ
ବରଂ ସାଧନ ଜରୁରୀ
ମଣିଷ ହୃଦୟେ ଆତ୍ମ ବା ବିବେକ
ଶ୍ରେଷ୍ଠ ଗୁରୁ ସର୍ବୋପରି
ଗୁରୁ ଗ୍ରହଣ ଆଉ ଜ୍ଞାନ ଆହରଣ
ଭାଗବତରେ ନିଦାନ
ନିଜ ଆତ୍ମା ଅଟେ ସର୍ବ ଶ୍ରେଷ୍ଠ ଗୁରୁ
ଆତ୍ମ ଦର୍ଶନ ବିଧାନ ।
ସପ୍ତାହ ଶେଷରେ ସ୍ବର୍ଗ ପ୍ରାପ୍ତି ହେଲେ
ସପ୍ତାହ ଶେଷରେ ଶାପଗ୍ରସ୍ଥ ରାଜା
ହେଲେ ଭବ୍ୟ ସ୍ବର୍ଗ ପ୍ରାପ୍ତି
ଜଡ ଶରୀରକୁ ତକ୍ଷକ ଦଂଶନ
ଶାପ ବଚନ ସମ୍ପ୍ରତି
ସଂସାର ରୂପକ ସର୍ପର ଦଂଶନ
କଳି କାଳର ଲକ୍ଷଣ
ସଂସାରର ମୋହ ଏ କଳି କାଳରେ
ଶାପ ଆକାରେ ନିଦାନ ।
କଳି ରେ ଅମୋଘ ଅସ୍ତ୍ର ଭାଗବତ
ଆତ୍ମ ବିଶ୍ଳେଷଣ ଗ୍ରନ୍ଥ
ଭକ୍ତ ଭଗବାନ କଥା ଓ ସାଧନା
ମନ୍ତ୍ର ରହିଛି ନିହିତ
ଶୃଙ୍ଖଳିତ ଜୀବନରେ ଭାଗବତ
ଦିଏ ନୂତନ ଚେତନା
ଜୀବନ ସାଗର ଉତ୍ତାଳ ଢେଉ ରେ
ଭାଗବତ ହିଁ ପ୍ରେରଣା
ପବିତ୍ର ପାବନ ଶାସ୍ତ୍ର ଭାଗବତ
ହେଉ ପଠନ ଶ୍ରବଣ ।