Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Sundar Rath

Inspirational

5.0  

Pradipta Sundar Rath

Inspirational

ଭାବୁଛୁ ତୁ କ'ଣ କର ତୁ ପରିଶ୍ରମ

ଭାବୁଛୁ ତୁ କ'ଣ କର ତୁ ପରିଶ୍ରମ

1 min
223


ହଁ ହଁ ଠିକ୍ କହିଛି ସେ

ହେଇପାରିବ ନି ତୋ ହାତେ

ଭାବୁଛୁ ତୁ କଣ

କର ତୁ ପରିଶ୍ରମ

ତା ଉପରେ ରାଗୁଛୁ ତୁ କାହିଁ

ସେ କହୁଛି ତୋ ଭଲପାଇଁ

ତୋ ହାତେ କେବଳ ହେଇପାରେ ନା ଇଏ କାମ

ଦେବାକୁ ହେବ ତତେ ତୋର ମନ

ଭାବୁଛୁ ତୁ କଣ

କର ତୁ ପରିଶ୍ରମ ।।

ସେ କହୁଛି ତ ସତ

ଏ ପଥ କଣ୍ଟକିତ

କେବଳ ତା ପାଇଁ

ତୋ କର୍ତ୍ତବ୍ୟର ପଥ

କେତେ ଯେ ସହଜ

ପାଇଛୁ ତୁ କେତେ ଯେ ଆନନ୍ଦ

ଦୁନିଆ ତତେ କରିପାରେ ପର

ଛାଡିବନି କେବେ ତତେ ହୃଦୟ ତୋହର

ଭାବୁଛୁ ତୁ କଣ

କର ତୁ ପରିଶ୍ରମ ।।

ପଚାର ତୁ ନିଜ ମନକୁ

ପସନ୍ଦ କରିଛି କାହିଁ ଏ ପଥକୁ

ଚାଲୁଛି ସେ କାହିଁ କଣ ପାଇବା ପାଇଁ

କରିବାକୁ ନିଜ କର୍ତ୍ତବ୍ଯ ପୂରଣ

ଅବା ଭାବି ମିଳିବ ବହୁ ଧନ ମାନ ସମ୍ମାନ ।

ଚାଲୁଛୁ ତୁ ଯଦି କର୍ତ୍ତବ୍ୟ ପାଇଁ

ହଟିବୁନି ଜମା ଯେତେ ଝଡ ଗଲେ ବି  ଛୁଇଁ

ଚାଲୁଛୁ ତୁ ଯଦି ଧନ ମାନ ମିଳିବ କେବଳ ବୋଲି ଭାବି

କର୍ତ୍ତବ୍ଯ ଠାରୁ ଯଦି ଯାଉଛୁ ତୁ ଦୂରେଇ

ରହିଯା ତୁ

ଫେରିଆ ତୁ

ପୂରା ଦୁନିଆ ଚାଲିଲେ ବି ତୋ ସାଥ୍ ଦେଇ ।

ଭାବୁଛୁ ତୁ କଣ

କର ତୁ ପରିଶ୍ରମ ।।

ଖାଇବା ପିଇବା ପିନ୍ଧିବା

ହସିବା ଗାଇବା କାନ୍ଦିବା

ସବୁକିଛି ତତେ ଶିଖାଇଛି ଦୁନିଆ

ତତେ ଦେବାକୁ କିଛି ଉପହାର

ଜାଣିନଥିବ ସେ ଯାହା

ଥିବ ତା ପାଇଁ ନୂଆ

ଏ ଦୁନିଆ ଦେଇଛି ତତେ କେତେ ଭଲପାଇବା ପ୍ରେମ

ଭାବୁଛୁ ତୁ କଣ

କର ତୁ ପରିଶ୍ରମ ।।


Rate this content
Log in

Similar oriya poem from Inspirational