Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Fantasy Others

4.0  

Pranati Panda

Fantasy Others

ଭାବରେ ଭାବରେ

ଭାବରେ ଭାବରେ

1 min
173


ପ୍ରତୀକ୍ଷାର ସୀମାରେଖା ପାଦ ଟପି ଯାଏ

     ତୁଳି ମଧ୍ୟେ ଲହୁ ଝରେ ଓଠ ଚାପି ରହେ ,

ସ୍ବପ୍ନ ସବୁ ସ୍ତବ୍ଦ ହୁଏ  ଭାବରେ ଭାବରେ

      ଲୁହ ରଙ୍ଗ ଲହୁ ହୋଇ ଝରେ କଲମରେ ।୧।


ହୋମାଗ୍ନିର  ଜ୍ଵଳନରେ  ସ୍ୱାହା ପ୍ରତିଶ୍ରୁତି

    ପାଷାଣି ଅହଲ୍ୟା ଆଜି ପାଷାଣ ତା ' ଛାତି ,

ସୁଦୂର ପ୍ରସାରି ପଥ   ଅନେଇ  ରହିଛି 

       ବୈଶାଖ ର ଝାଞ୍ଜିବାଆ ଉଡ଼େଇ ନେଇଛି ।୨।


ସତେକି  ସାତ ସପନ ଅଭୁଲା ସେ  ସ୍ମୃତି

       ଶତାବ୍ଦୀ ଠୁ ବଡ଼ ଲାଗେ ଏହି ଦିନ ରାତି ,

ସମ୍ପର୍କର ମୂଲ୍ୟ ମୋହ ରୁଗ୍ଣ ପ୍ରାୟ ଆଜି

      ବାସ୍ତବତା ନାଚେ କାଠ କଣ୍ଢେଇଟି ସାଜି ।୩।


Rate this content
Log in

Similar oriya poem from Fantasy