Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Energetic and Motivated Classes Omm

Abstract Others

3  

Energetic and Motivated Classes Omm

Abstract Others

ଭାବନା ରାଇଜ

ଭାବନା ରାଇଜ

1 min
216



ଭାବନା ରାଇଜେ ନିତି ଭାବୁଥାଏ 

ବସିକରି ମୁହିଁ ଏକା |

ମନରେ ଆସୁଛି ଅସୁମାରୀ ଆଶା 

ଇଏ କେମିତିକା କଥା ||

ଭାବୁଥାଏ ମାନେ ହୋଇ ଯାଆନ୍ତିକି

ଦେଶର ଯବାନ ଟିଏ |

ଭାରତ ମାତାକୁ ସୁରକ୍ଷା ଦିଅନ୍ତି  

ଜୟ ଗାନ କରୁଥାଏ ||

ଇଚ୍ଛା ହୁଏ ଦିନେ ହୁଅନ୍ତି କି ମୁଁହି 

କବି ଓ ଲେଖକ ଟିଏ |

ଲେଖିଥିବି ନିତି ଗଳ୍ପ ଯେ କବିତା 

ପିଲାଙ୍କ ପାଇଁଙ୍କ ଥାଏ ||

ଶିକ୍ଷକ ଗୋଟିଏ ହୁଅନ୍ତି କି ମୁଁହି 

ଭାବୁଥାଏ ବସି ନିତି |

କରି ଶିକ୍ଷାଦାନ ଦେଇ ମୁଁ ଜୀବନ 

ଭଲ ଛାତ୍ର ଗଢୁଥାନ୍ତି ||

ହୁଅନ୍ତିକି ମୁହିଁ ପୋଲିସ ଗୋଟିଏ 

ମନେ ମନେ ଭାବୁଅଛି |

ସମାଜ ପାଇଁକି ଦେଇ ବଳିଦାନ 

ସୁରକ୍ଷା ତ ଦେଇଥାନ୍ତି ||

ହୁଅନ୍ତି କି ମୁହିଁ ପ୍ରବଚକ ଟିଏ 

ପ୍ରବଚନ ଦେଉଥାନ୍ତି |

ଗୀତା ଭାଗବତ ରାମାୟଣ କଥା 

ନିତି ଗାନ କରୁଥାନ୍ତି ||

ଭାବୁଥାଏ ବେଳେ ହୁଅନ୍ତିକି ମୁହିଁ 

 ଭଲ ରାଜନେତା ଟିଏ |

ଲୋକଙ୍କ ପାଇଁକି ସେବା କରି ପୁଣି 

ଏ ଜୀବନ କାଟୁଥାଏ ||

ଡାକୁ ଥାଏ ପ୍ରଭୁ ଦେଇ ଦିଅ ମତେ 

ଡାକ୍ତରୀ ଜୀବନ ଟିଏ |

ଦୁଃଖିଙ୍କର ଦୁଃଖ ସହି ପାରୁନାହିଁ  

ତାଙ୍କ ସେବା କରୁଥାଏ ||

ଏମିତି ଅନେକ ଭାବନା ରାଇଜ 

ଆସୁଥାଏ ମୋର ମନେ |

ସବୁ ଭାବନା ଯେ ସତ ହୁଏ ନାହିଁ

ଜାଣେ ମୁହିଁ ପ୍ରତିକ୍ଷଣେ ||


Rate this content
Log in