Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଭାବ ନାବର କାତ

ଭାବ ନାବର କାତ

1 min
6.9K


ସଂଳାପ-୮୨
ଭାବ ନାବର କାତ
 
ନିଦାଘ ଗ୍ରୀଷ୍ମ ପାଖରୁ
କୁଆଡୁ ଆସିବ ଅମୃତପୀୟୂଷ,
ଅନ୍ଧାର ବଖରାରେ 
ଯଦି
ଖୋଜି ଚାଲି ଥିବି
କଳାବିରାଡ଼ି, ମିଳିବ ନି କି 
ଖାଲି ଛାର ନିରାଶତା---!
 
ଛାତି ତଳ ବୁକୁ ଫଟା 
କୋହ କେମିତି କମିବ,
ଯଦି ନ ଭୁଲିବ ତୁମ ଅତୀତ 
ବର୍ତ୍ତମାନରେ ବଞ୍ଚିବା ନ  ଶିଖିବ,
ଭାଙ୍ଗି ଯିବ ନି କି  ଭବିଷ୍ୟତ?
ସମ୍ଭାଳି ନିଅ ତୁମେ ଦାଉ ସମୟର, 
ଗ୍ରୀଷ୍ମ ନିଦାଘର,
ତମେ ପା' 
ମୋ କବିତା,
କବିର ମାନସ ନାୟିକା,
ବିରହି ଚକୋରି ବି ତ ଖୁସି ହୁଏ ଦେଖି ଦୂରରୁ ଜହ୍ନ,
ଖୋଲି ଦିଅ,କରିଦିଅ ମୁକ୍ତ
ରୁଦ୍ଧ ବାତାୟନ ,
ଶୃଙ୍ଖଳାବଦ୍ଧ ଥିବା ତୁମ ମନ,
ଶୁନ୍ୟ ନାୟିକା
ମୁଁ ପରା ଅଛି ତୁମ ଭାବ ନାବର କାତ ----!
 
©®କାଶ୍ୟପ,ରାୟଗଡା ।


Rate this content
Log in