Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4.5  

Bijay Prusty

Romance

ବେଳାଭୂଇଁର ସ୍ୱପ୍ନ

ବେଳାଭୂଇଁର ସ୍ୱପ୍ନ

1 min
308



ତୁମେ ଏମିତିକା ମନଟିଏ ସଖୀ

ଖୋଜୁଥାଅ ବେଳାଭୂଇଁ

ମୋ ଦେହେ ଉତ୍ତାଳ ସାଗର ଲହଡି

ଯାଏ ଲୋ ତୁମକୁ ଛୁଇଁ I

ତୁମେ ବେଳାଭୂମୀ ବାଲୁକା ଶେଯର

ଅନ୍ତହୀନ ଏକ ଶୋଷ

ମୁଁ ନୀଳଜଳଧି ସୀମାହୀନ ବ୍ୟାପ୍ତି

ତୁମେ ମୋର ଅବଶେଷ I

ତୁମପାଇଁ ସଖୀ ସାଗର ସୈକତେ

ଜାଗର ଜାଳେ ମୁଁ ନିତି

ତୁମ ପ୍ରତିକ୍ଷାରେ ବସି ରହିଥାଏ

ଦିନ ସରି ହୁଏ ରାତି I

ଝାଞ୍ଜିରେ ସିଝେ ମୁଁ ଅନ୍ଧାରରେ ଭିଜେ

ଆଖିରେ ଆଉଟେ ସ୍ୱପ୍ନ 

ଅଜାଣତେ ମୋର ଆଖିତଳେ ତୁମେ

ଉଇଁଯାଅ ହୋଇ ଜହ୍ନ I।

          


Rate this content
Log in