Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ବଦଳି ଯାଇଚି ସତେ ମୋ' ଗାଁଆ ଚିତ୍ର

ବଦଳି ଯାଇଚି ସତେ ମୋ' ଗାଁଆ ଚିତ୍ର

1 min
4.7K


ମନେ ପଡ଼େ ଆଜି ମୋର ପ୍ରିୟ ଗାଁଆ କଥା

ବଦଳି ଯାଇଚି ସତେ ଭିଟା ମାଟି ଗାଥା ।।

ଝାଟି ମାଟି ଘର ଜମା ଦେଖି ମୁଁ ପାରୁନି

ବାଟ ବଣା ହୋଇ ବୋଧେ ଚାଲି ମୁଁ ଆସିଲି ।।

ଯୁଆଡ଼େ ଦେଖିଲେ ଦିଶେ କଂକ୍ରିଟ୍ ର ଘର

ରାମ ସାହୁ କରୁ ନାହିଁ ତା' ଘର ଛପର ।।

ଝାଟି ମାଟି ଚାଳ ଘରେ ରହୁନି ଝୁମୁରୀ

ସରକାର ଦେଇଛନ୍ତି ପକ୍କା ଘର କରି ।।

ଚେମି ମାଆ ଆଉ ଜମା ଭାଜୁନାଇଁ ମୁଢି

ଏକୋଇର ବଳା ତା'ର କରିଚି ଚାକିରୀ ।।

କୂଅରୁ କାଢୁନି ପାଣି ବାଉରୀଆ ବୋଉ

କଳ ମୋଡିଦେଲେ ହୁଏ ପାଣିହାଉ ଯାଉ ।।

ଗୋଡି ମାଟି ରାସ୍ତା ଆଉ ନାଇଁ ମୋ' ଗାଁଆରେ

ଭଗିଆ ଭାଇଟା ଚାଲେ କଂକ୍ରିଟ ରାସ୍ତାରେ ।।

ଦୋଳମଣ୍ଡପରେ ଆଉ ହରିଆ ଶୋଉନି

ଘରେ ତା'ର ଲଗେଇଚି ସେ' ଥଣ୍ଡା ମେସିନି ।।

ଭାଗବତ ଟୁଙ୍ଗିରେ ଆଉ ଜଳୁନି ଡିବିରି

ରାତି ଲାଗେ ଦିନ ଏଠି ଜଳୁଚି ବିଜୁଳି ।।

ସମାରେ କୁଟୁନି ଧାନ ନୂଆବୋଉ ସୁମା

ଟଙ୍କିଆ ଚାଉଳ ତା' ଘରେ ଅଛି ଜମା ।।

ଗାଁଆ ମୁଣ୍ଡ ବରତଳେ ଖେଳୁନି ବାଉରି

ଫଉଜରେ ଯୋଗ ଦେଇ ଯାଇଚି କାଶ୍ମୀରି ।।

ରଙ୍ଗ ବୁଢୀ ପାନ ଖାଇ ଧରୁନି ଟୋକେଇ

ବଡ଼ପୁଅ ଜମ୍ବେଇ ତା' ଲୁଗା ବ୍ୟବସାୟୀ ।।

ବଦଳି ଯାଇଚି ସତେ ମୋର ଗାଁଆ ଚିତ୍ର

ହଜେଇ ଦେଇଛି ସତେ ମୋ' ପିଲା ଦିନ ମିତ୍ର ।।


ସଦାନନ୍ଦ ସାହୁ ,

ଧୁରୁଷିଆ , ଆଠଗଡ , କଟକ


Rate this content
Log in