STORYMIRROR

Kalandi pal

Inspirational

4  

Kalandi pal

Inspirational

ବଦଳି ଯାଇଛି ଗାଆଁ ପରିବେଶ

ବଦଳି ଯାଇଛି ଗାଆଁ ପରିବେଶ

1 min
278



ବଦଳି ଯାଇଛି ଗାଆଁ ପରିବେଶ

ନାହିଁ ଗୋଟେ ଚାଳ ଘର

ବଦଳି ଯାଇଛି ଲୋକଙ୍କ ପକୃତି

ହୋନ୍ତି ସର୍ବେ ଖଳ ବଳ ।।


ବଦଳି ଯାଇଛି ଗାଆଁ ଦାଣ୍ଡ ଏଠି

ଦୁଇ କଡ଼ ବାସ ଘର

ଯୁଆଡ଼େ ଦେଖିବ କଂକ୍ରିଟ ଆଉ

ମାର୍ବଲରେ ଝଲ ମଲ ।।


ନାହିଁ ବଣ ତୋଟା ଆମ୍ବ ପେନ୍ଥା ପେନ୍ଥା

ନାହିଁ କୋକିଳର ତାନ

ନାହିଁ ଵେଣା ପାଟ ସେ କିଆ ଗୋହିରି

ସବୁଜ ପଡିଆ ମାନ ।।


ନାହିଁ ଭାଗବତ ପଢା କେଉଁଠି ତ

ହୁଅନ୍ତିନି ଏକମେଳି

ଟିଭି ମୋବାଇଲ ପାଗଳ କଲାଣି

ବସୁଛନ୍ତି ମୁହଁ ମାଡି ।।


ଥିଲା କେତେ

କୋଳି ଆଣୁଥିଲୁ ତୋଳି

ଆଉ ନାହିଁ ବଣ ବୁଦା

ଡାକୁନି ବିଲୁଆ ହୁକେ ହୁଆ ହୁଆ

ବୁଡ଼ିଲାଣି ତାଙ୍କ ସତ୍ତା ।।


ନାହିଁ ଦାସ କାଠି ଧୁଡୁକି ପାଲା ଟି

କବାଡି କି ବୋହୂ ଚୋରି

ଶାରଦ ଚନ୍ଦ୍ରମା ଲାଜେ ଲୁଚି ଯାଏ

ପୁଚି ଖେଳୁନି କୁଆଁରୀ ।।


ଶୁଭୁଛି ସକାଳେ ସନ୍ଧ୍ୟାରେ ମନ୍ଦିରୁ

ମୃଦଙ୍ଗ କାହାଳୀ ସ୍ୱର

କେହି ନାହିଁ ଜନ ମନ୍ଦିରଟି ଶୂନ୍ୟ

ଯନ୍ତ୍ର ବାଜା ପଟୁଆର ।।


ଆଧ୍ୟାତ୍ମିକ ବାଦ ଉଭେଇ ଗଲାଣି

ପଡେ ଆଧୁନିକ ଛାପ

ପୁରୁଣା ସଂସ୍କୃତି ଯାଏ ଡୁବି ଡୁବି

ପଶ୍ଚ୍ୟାତର ପରିମାପ ।।



Rate this content
Log in

Similar oriya poem from Inspirational