Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Fantasy Inspirational

4  

Chittaranjan Nanda

Action Fantasy Inspirational

ବଡ଼ ଘର, ବଡ଼ ଗୁମର କଥା

ବଡ଼ ଘର, ବଡ଼ ଗୁମର କଥା

1 min
383


ବଡ଼ ଘର, ବଡ଼ ଗୁମର କଥା,

ଗୁମର ଜାଣିଲେ ଘୁରଇ ମଥା।


ସଭ୍ୟ ମଣିଷର ଭଦ୍ରମୁଖାକୁ 

ଦୁଃଖ ଆସେ ଦେଖି ମନକୁ ।


ପୂଜୁଛନ୍ତି ପଥର ମାଟି ମୂର୍ତ୍ତିକୁ

ହତାଦର କରନ୍ତି ଜୀବନ୍ତ ମାଆକୁ ।


ମାତୃଭାଷା ଓଡିଆ ପ୍ରତି ଶରଧା ନାହିଁ

ଇଂରାଜୀ ଭାଷାକୁ ଜାଣି ଗର୍ବ କରୁଥାଇ ।


ମାଆ ତାର ଏକ ନାରୀ, ସ୍ନେହ ମମତାର 

ନାରୀଜାତିକୁ ଭାବେ ସେ କଣ୍ଡେଇ କାଚର ।


ନାରୀ ସ୍ୟାଧୀନତା ଭାଷଣେ ଖାଲି କହୁଛି

କିନ୍ତୁ ସିଏ ସମାଜରେ ଦୁଷ୍କର୍ମ ବଢେଇ ଚାଲିଛି।


ବହୁ ଦଣ୍ଡବିଧି ଆଇନ ତ ଗଢା ଚାଲିଛି

କମୁନି, କିନ୍ତୁ କନ୍ୟା ଭ୍ରୁଣ ହତ୍ୟା ବଢୁଛି ।


ଶ୍ରୀରାମ ଶବର ଉଚିଷ୍ଠ ଖାନା କଥା ଗାଉଛି

କିନ୍ତୁ ଧରମ ଜାତି ଭେଦଭାବ ପ୍ରଚାର କରୁଛି ।


ଦଶହରା, ଗଣେଶ, କାଳୀ, ସରସ୍ୱତୀ ପୂଜା ବଢିଛି

ସଂସାରର ଦୁଃଖ ଦୂର୍ଦ୍ଦଶା, କଅଣ ସତରେ କମିଛି ।


ବହୁଳ ଭକ୍ତି ଭାବନା ପ୍ରଚାର ଡ଼ିଣ୍ଡିମ ବାଜୁଛି,

କିନ୍ତୁ ମିଥ୍ୟା, ମଦ ମାଂସ ଡିଜେ ଡ୍ୟାନ୍ସ ଚାଲିଛି ।


ପ୍ରଥମ ଶବଦ ଆସିଲା ମୁହଁରୁ, ମାତୃଭାଷାରୁ

କିପରି ଭୁଲୁଛ ତା' ସ୍ନେହଁ ଆଦର ହୃଦୟ କନ୍ଦରୁ ।


Rate this content
Log in

Similar oriya poem from Action