STORYMIRROR

Gyanaranjan Nayak

Classics

4.0  

Gyanaranjan Nayak

Classics

ବଡ ଦେଉଳିଆ ପୁଅ

ବଡ ଦେଉଳିଆ ପୁଅ

1 min
201


କିଛି ଦିନ ତଳେ କୁନି (ମୋ ଧର୍ମପତ୍ନୀ) ର ମୋର ପୁରୀ ଯାଇ ଜଗା ପାଖରେ ତିନିଦିନ ରହିଯାଇଥିଲୁ, ଏତେଦିନ ରହିବାକୁ ନେଇ ମୋର ପ୍ରିୟ ତଥା ଜଗାର କିଛି ଭକ୍ତଙ୍କ ମନରେ ଉଙ୍କିମାରିଥିବା ଏଇ କଥାଗୁଡିକ ଓ ମୋର ପ୍ରତିକ୍ରିୟା


ଆଉ ମୁଁ ଯିବିନି,                        ତୋ ବଡ ଦେଉଳେ,

           ଲୁଚେଇ କାନ୍ଦିବା ପାଇଁ ରେ କାହ୍ନା,

କେତେ ଯେ ଶୁଣିବି,                   ଟାହି ଟାପରା ମୁଁ,

            କାହ୍ନା ବାପା କାଇଁ ଉଦାସ ମନା ।

ଜଗା,ବଳିଆ ଙ୍କ,                       ବାପା କି ଦୁଃଖ ରେ ?

            ପୁରୀ ରୁ ଗାଆଁ ଯେ କୁହନ୍ତି ଲୋକେ,

ଯାଇଥିଲ ପୁରୀ,                        ବାପା ବୋଉ ତା'ର

            ରହିଗଲ ଏତେ ଦିନ ତା ପାଖେ।

ବଡ଼ ଦେଉଳିଆ                         ପିଲା କି ତୁମର,

            ଋଷି ଛନ୍ତି ଘରେ ଆସୁନାହାନ୍ତି?

ନା ବଡ ଦେଉଳେ,                     ଭକ୍ତଙ୍କ ପ୍ରେମରେ

             ବାପା,ବୋଉ,ଘର ପାସୋରିଛନ୍ତି?

ଏବେ ଯେଉଁ ଗଲ,                     ଡାକିଲା କି ଜଗା,

             କୁନି ବୋଉ କଥା ମନେ ପକେଇ,

ନା ଜନନୀ ହୃଦ,                        ବିରହେ ବିଷାଦ,

             ଦେଖିବ ପିଲାଙ୍କୁ ଆଖି ପୁରେଇ।

ବଡ଼ ଖାଉଟିଆ,                          ପିଲାଙ୍କ ପାଇଁକି,

              ନେଇଥିଲା ମାଆ ସେନେ‌ହେ କିସ,

ଷାଠିଏ ପ‌ଉଟି                           ତୁଚ୍ଛ ଲାଗିଲା କି

             ମାଆ ଖାଦ୍ୟ ଖାଇ ହେଲେ ହରଷ !

ପିଲାଙ୍କ ସହିତ                          କଥା ହେଇସାରି

    &nbs

p;        ବାହାରିଲ ଯେବେ ବଡ଼ ଦେଉଳୁ

ଜଗା ବଳିଆ କି                        ବାଟ ଓଗାଳିଲେ

             କହିଲେ ଯିବାକୁ ନଦେବୁ ମୂଳୁ।

ଯଶୋଦା, ଦେବକୀ                   କୌଶଲ୍ୟା ମାତାଙ୍କୁ,

            ପାଶୋରି ଛନ୍ତି କି କୁନି ମା ସ୍ନେହେ,

ନନ୍ଦ, ଦଶରଥ,                        ବସୁଦେବ ସୁତ,

            କହୁନି କି କାହ୍ନା ତୁମରି ମୋହେ।

କୁନି କୋଳେ ମୁଣ୍ଡ,                    ରଖି କହିଲେ କି?

             ରତ୍ନ ପଲଙ୍କ ଠୁ ତୋ କୋଳେ ଶାନ୍ତି,

କହିଲେ କି ଅଳି                       କରି କୁନି ପାଶେ,

             ରହିଯା ମାଆ ଆଉ ଗୋଟିଏ ରାତି।

ଏମିତି ଅନେକ                        ପ୍ରଶ୍ନର ଉତ୍ତର,

             କି ଦେବି କାହାକୁ କହ କହ୍ନେଇ,

ଭାବନା କି ଟାହି,                      ଯାହା ଭାବ ତୁମେ,

             ସତ ବୋଲି ଯଦି ଦିଏ ମୁଁ କହି।

ଯିବେ କି ପରତେ,                    କଥା ହେବେ ଗୁପ୍ତେ,

             ଜ୍ଞାନ ଟା ପାଗଳ ସୁନା କୁ ରୂପା,

ପଛରେ ହସିବେ,                    ତୁ ଯେବେ ନିରବେ,

             ପରିହାସ ପାତ୍ର ହେବ ତୋ ବାପା।

ଏ ସବୁ ର ଅନ୍ତ,                       କର ଜଗନ୍ନାଥ

             ତୋ ଆମ ସମ୍ପର୍କ କହିଦେ ଖୋଲି,

ନନ୍ଦ, ଦଶରଥ,                       ନୁହେଁ ଏ ଯୁଗରେ

             ଜ୍ଞାନ ପିତା, କୁନି ତୋ ମାଆ ବୋଲି।

           

ଜୟ ଶ୍ରୀଜଗନ୍ନାଥ


Rate this content
Log in

Similar oriya poem from Classics