ବଦଭ୍ୟାସ
ବଦଭ୍ୟାସ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଅଭ୍ୟାସ ଅଟେ ମଣିଷ ଜୀବନର ଦ୍ବିତୀୟ ପ୍ରକୃତି
ଥରେ ଜଣେ ହୋଇଗଲେ ଅଭ୍ୟସ୍ତ ତା ଦ୍ଵାରା
ସହଜରେ ତା'ଠାରୁ ପାଇ ପାରେ ନାହିଁ ନିବୃତ୍ତି
ଜୀବନର ଉନ୍ନତି ଅଗ୍ରଗତି ପାଇଁ ହୁଏ ଅପରିହାର୍ଯ୍ୟ l
ଶୃଙ୍ଖଳିତ ନୀତି ନିୟମର ଧାରା ଅନୁଶାସନ
ଦୈନିକ ବାରମ୍ବାର କଲେ ହୋଇଯାଏ ଅଭ୍ୟାସ
ସେ ଅଭ୍ୟାସର ବିପରୀତ ପ୍ରକ୍ରିୟା ହିଁ ବଦଭ୍ୟାସ
ଜୀବନରେ ଆଣେ ତାହା ଦୁଃଖ ଯନ୍ତ୍ରଣାର ପ୍ରତିକୂଳ l
ବହୁ ଚେଷ୍ଟା ସତ୍ତ୍ଵେ ବି ହୁଏ ନାହିଁ ବଦଳାଇ
ମଣିଷ ହରାଏ ତା' ସୁନ୍ଦର ସ୍ବାସ୍ଥ୍ୟ ମାନ ସମ୍ମାନ
ଅନ୍ୟମାନଙ୍କଠାରେ ହୁଏ ଅପମାନିତ ଘୃଣିତ
ଯେ କୌଣସି ମାଦକ ଦ୍ରବ୍ୟ ସେବନ କରିବା l
ସ୍ଵାସ୍ଥ୍ୟ ପାଇଁ ହୋଇଥାଏ ବିଷମ କ୍ଷତିକାରକ
ମନର ଖୁସି ପାଇଁ ମଜା ମଉଜରେ ସେ ସବୁକୁ
ବ୍ୟବହାର କରୁ କରୁ ହୋଇଯାଏ ତା' ବଦଭ୍ୟାସ
ଦେଖା ଯାଏ ବଦଭ୍ୟାସ ବଦଳାଇବା କ୍ଵଚିତ l
ଶହେରୁ ଜଣକ ପାଖରେ ବି ହୁଏ ନାହିଁ ସମ୍ଭବ
ଆଜିକାଲି ମଦ ଗଞ୍ଜେଇ ହାଣ୍ଡିଆ ଆଦି ନିଶାରେ
ପ୍ରାୟତଃ ସବୁ ସ୍ଥାନ ଗାଁ ରୁ ସହର କବଳିତ
ଅଭ୍ୟସ୍ତ ହୁଅନ୍ତି ଯେତେ ବଢ଼ି ଯା
ଏ ସଂଖ୍ୟା ତାର l
ଯେତେ ଯା' ସମସ୍ୟା ଆସୁ ପାରେନା ସେ ଛାଡ଼ି
ବଦଭ୍ୟାସ ବଦଳାଇବାକୁ କରେ ବହୁ ସଂକଳ୍ପ
ଦିଏ ପରିବାରର ଆତ୍ମୀୟଜନକୁ କଥା ବହୁବାର l
ମାତ୍ର ରଖି ପାରେନା ସଂପର୍କ ବରଂ ବିଗିଡ଼ି ଯାଉ ତାର
ଏତତ୍ ଭିନ୍ନ ସବୁଠାରୁ ବଡ଼ କୁଅଭ୍ୟାସ ବଦଭ୍ୟାସ
ମିଛ କହିବା ଅନ୍ୟକୁ ଠକିବା ହିଂସା ଆଚରଣ କରିବା
ପିଲାଟି ବେଳରୁ ମିଛ କହି କହି ହେଲେ ଅଭ୍ୟସ୍ତ l
ପାରେନା ନିଜର ସ୍ଵଭାବ ଚରିତ୍ର କରି ନିୟନ୍ତ୍ରଣ
ହୋଇ ବି ଉଚ୍ଚ ଶିକ୍ଷିତ ପଦ ମର୍ଯ୍ୟାଦାର ଅଧିକାରୀ
ଲାଞ୍ଚ ମିଛ ଅନ୍ୟାୟ କରି ଚାଲେ ମାତ୍ରାଧିକ
ସମାଜର ସ୍ଥିତି ଗତି ହୁଏ ସଦା ଅସନ୍ତୋଷ ଜନକ l
ଏ ନିଶା ମାତକ ଦ୍ରବ୍ୟର ନିଶାଠାରୁ ବେଶି ମାରାତ୍ମକ
ମାଦକ ଦ୍ରବ୍ୟର ନିଶା ହେଲେ ପ୍ରାଣଘାତୀ
ଲାଞ୍ଚ ମିଛ ବ୍ୟବିଚାରର ନିଶା ଆତ୍ମାର ବିଘ୍ନ କାରକ
ଉଭୟ ବଦଭ୍ୟାସ ଥିବା ଯାଏଁ ମଣିଷଠାରେ,l
ହୁଏନାହିଁ ବାସ୍ତବରେ ଆଧ୍ୟାତ୍ମିକ ସଂସ୍କାରର ପ୍ରଗତି
ପ୍ରକୃତ ସତ୍ୟକୁ ଭୁଲି ଅସତ୍ୟରେ ବଞ୍ଚି ରହିବା
ମାନବ ଜୀବନରେ ସବୁଠାରୁ ବଡ଼ ବଦଭ୍ୟାସ।