STORYMIRROR

Kalandi pal

Inspirational

4  

Kalandi pal

Inspirational

ବାଉଁଶରେ ହେଲେ କଣା

ବାଉଁଶରେ ହେଲେ କଣା

1 min
390


ବାଉଁଶରେ ହେଲେ କଣା ଲୋ

         ବଇଁଶୀରେ ହୁଏ ଗଣା

ସବୁ ବଇଁଶୀ କି ରାଧା ରାଧା ଡାକେ

      କାହ୍ନାର ବଇଁଶୀ ବିନା ଲୋ ।


ମଧୁର ମଧୁର ବଇଂଶୀର ସ୍ୱର

ମଧୁର ଅଧାରୁ ରସିକ ନାଗର

ଡାକୁଛନ୍ତି ରାଧା ଗୋପ ଗୋପାଙ୍ଗନା

ଆସ ଆସ ଗୋରୀ  ଉଛୁର କରନା

     ରାସ ଅଧା ତୁମ ବିନା ଲୋ ।


ସବୁ ନଦୀ କିବା  ଯମୁନା ହୋଇବ

ସବୁ ବୃକ୍ଷେ କିବା  କଦମ୍ବ ଫୁଟିବ

ସବୁ ଗୋପାଙ୍ଗନା ରାଧା ନୁହେଁ ସିନା

ରାଧା ବିନା କୁଞ୍ଜ  ସୁନ୍ଦର ଦିଶେନା

     ଝୁଲୁଛି ଖାଲି ଝୁଲଣା ଲୋ ।


ଆସ ଆସ ଗୋରି ଡାକଇ ମୁରଲୀ

ରାସ ରାଜ ରସେ  ମନେ ଅନୁସରି

ସେଇ ରସ ଛିଟା କେବେ ତ ଛାଡ଼େନା

କାନରେ ବାଜିଲେ  ହୋଇଯାନ୍ତି ବଣା

     କି ମନ୍ତର ଫୁଙ୍କେ କାହ୍ନା ଲୋ ।


Rate this content
Log in

Similar oriya poem from Inspirational