Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Tragedy

4  

kahnu charan sahu

Abstract Tragedy

ବାତ୍ୟା

ବାତ୍ୟା

1 min
146


ଖବର ପ୍ରସାର ହୋଇଲା ବେତାରେ

ଘନ ଘନ ଆସେ ବାର୍ତ୍ତା

ସଜାଗ ହୁଅ ହେ ସକଳ ଜନତା

ପାଖେଇ ଆସିଲା ବାତ୍ୟା ।୧


ଭୟଭୀତ ହୋଇ ଚାହିଁଲା ବେଳକୁ

ସାଗରୁ ଛୁଇଁଲା ମାଟି

ଉଡ଼ିଲା ଗଗନେ ଛପର ପତର

କେତେଘର ଗଲା ଫାଟି ।୨


ପ୍ରଳୟ ପବନେ ବରଷାର ଧାରେ

ଭିଜିଲା ଗରିବ ମନ

ସରିଗଲା ଝଡ଼ ଦିଶିଲା ଆକାଶ

ଅଭିଶପ୍ତ ହେଲା ଦିନ ।୩


ରିଲିଫ ଆସିଲା ହେଲେ ମିଳିଲାନି

ଆସୁ ଆସୁ ସରିଗଲା

ରକ୍ଷାକାରୀ ଯେବେ ସାଜିଲା ରାକ୍ଷସ 

କାହାକୁ କହିବ ଭଲା ।୪


ମହାମାରୀ ଯୋଗୁଁ ଭୋକ ଓପାସରେ

ଶୋଉଥିଲୁ ଯଉ ଘରେ

ହଜିଲା ଛପର ଆଣ୍ଠିଏ ପାଣିରେ

ନୟନୁ ବହିଲା ଧାରେ ।୫


କରିବୁ କା'ପାଶେ ଅନ୍ତର ଗୁହାରି

ପ୍ରକୃତି ସାଜିଲା ଦାଉ

ସରକାରେ ଯୋଜନା ଅପେକ୍ଷାରେ ହିଁ

ବାକିଦିନ ବିତିଯାଉ ।୬


Rate this content
Log in

Similar oriya poem from Abstract