STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବାଟଓଷା

ବାଟଓଷା

1 min
359


  ନିଆରା ଆମ ସଂସ୍କୃତି, 

ମିଳିଲେଣି ସବୁ ଓଷେଇତି,

ବାଟରେ ପଡ଼ିଲା ଝୋଟି ll

  ପୂଜିବେ ଧର୍ମ ଦେବତା,

ତୁଳା ଧରିଛନ୍ତି ପ୍ରାଣୀଙ୍କ ଖାତା

 କିଏ ନଜାଣେ ସେକଥା ll

  ବଡ଼ ନିଷ୍ଠୁର ସେ ଯମ, 

ବୁଝନ୍ତି ପ୍ରାଣୀଙ୍କ ଧର୍ମ ଅଧର୍ମ 

  ଦିଅନ୍ତି ବ୍ୟଥା ଦାରୁଣ ll

  ଦଣ୍ଡେ ନିମିଷକେ ପ୍ରାଣ, 

ଥିଲେ ନନିଅନ୍ତି ଜନ୍ତୁଙ୍କ ରାଣ, 

  ପାପେ ଅକାଳ ମରଣ ll

   ଅଜା ଥାଉଁ ଥାଉଁ ନାତି, 

ବଉଁଶ ବୁଡ଼ଇ କେବେ ଝଟତି, 

   ବିଚିତ୍ର ତାଙ୍କର ରୀତି ll

 &nbs

p; ବାଛି ନିଏ କାଳ କଞ୍ଚା, 

ନରକ କୁଣ୍ଡରେ ହୁଅଇ ମଞ୍ଚା, 

  ମାରନ୍ତି ଶାବଳ କେଞ୍ଚା ll

   ସେହି ଧର୍ମଙ୍କ ପୂଜନ,

ବାଟଓଷା କହେ ଆମ ପୁରାଣ, 

  ସଂତୃପ୍ତ ସୂର୍ଯ୍ୟ ନନ୍ଦନ ll

  ମାଆ ଝାଡ଼ିଦେବେ ପୁଅ, 

ବଜ୍ରମୂଳି ଝାଡ଼ୁ ସଜାଇ ଦିଅ,

   ପ୍ରମାୟୁ ଲଭିବ ପୁଅ ll

  କେହି ନାହିଁ ଅଜ୍ରାମର,

ଅଭିନୟ ଶେଷେ ଛାଡ଼ିବେ ପୁର, 

  ଧନ୍ୟ ବିଧାନ ବିଧିର ll

   ସର୍ବେ ଦିଅ ହୁଳହୁଳି, 

ଧର୍ମ ଦେବତାଙ୍କୁ ମୋ ନିଉଛାଳି, 

  ସଙ୍ଗେ ପ୍ରଭୁ ବନମାଳୀ ll


Rate this content
Log in

Similar oriya poem from Inspirational