ବାଟୋଇ
ବାଟୋଇ
ବାଟ ପଡ଼ିଅଛି ବାଟୋଇ ପାଇଁ
ଜୀବନ ପଥରେ ଯିବାରେ ବି ଧାଇଁ ।
କେଉଁଟି ପାହାଡ଼ କୋଉଠି ଛାଇ
ଜୀବନ ସଙ୍ଗୀତ ଦେଉଛେ ଗାଇ ।
ନଈରେ ମଉକା କିବା ପାଣିରେ
ଯିବା ଆସିବାରେ ଲାଗେ ଜାଣିରେ ।
କେଉଁଠି ଆକାଶୁ ବରଷା ଖସେ
ଗଛର ଫଳକୁ ପକ୍ଷୀଟି ରସେ ।
ବାଟରେ ସୋଇଛି କାଳୀୟ ନାଗ
ଦୁଃଖ ସୁଖ ସବୁ ପ୍ରଭୁଙ୍କୁ ଆଗ ।
ସଂଗ୍ରସ ସରସ ହରସ ମନ
ବିନା ଲାଭ କରି ଚାଲୁଥା ଧନ ।
ଯୋଗୀ କି ବିରାଗୀ ପଥରେ ସାଥି
ବାଟରେ ଖଣ୍ଟ ବି ଉଠଇ ମାତି ।
ବିପଦ ସମ୍ପଦ ଦୁଇଟି ଫଳ
ଧର୍ଯ୍ୟ ଧରି ରଖି ମନର ବଳ ।
ଯେଉଁଠି ମିଳଇ ଝରଣା ଜଳ
ପାନ କରିବାରୁ ଦେହରେ ବଳ ।
ମିଳେନି ବି ଗଣ୍ଡେ ପେଟକୁ ଦାନା
ଘୋଷାରି ଗୋଡ଼କୁ ଚଲାଏ ଅନା ।
ଭିତରେ ଭିତରେ କାଟୁଛି ମୂଷା
ପାହାଡ଼ ଭିତରେ କରିଛି ବସା ।
ପକ୍ଷୀଙ୍କ କାକଳି ବୁଡିଲେ ରବି
ପଶ୍ଚିମ ଆକାଶେ ରଙ୍ଗିଲା ଛବି ।
ମାଡି ଆସୁ ଥିଲା ଅନ୍ଧାର ଛାଇ
ଆଖପାଖ ସାହି ଦିସୁବି ନାହିଁ ।
ଆଗରେ ଜଙ୍ଗଲ ଗଲାଣି ପାଟ
ଅନ୍ଧାର ରାତିରେ ଦିଶେନି ବାଟ ।
ତଥାପି ଚାଲିବା ନକରି ମଠ
ସହିବାକୁ ଦୁଃଖ ଯନ୍ତ୍ରଣା ଘଟ ।