ବାଟଭୁଲା ପକ୍ଷୀଟେ ମୁଁ ଦେଇଛ ନୀଡ଼
ବାଟଭୁଲା ପକ୍ଷୀଟେ ମୁଁ ଦେଇଛ ନୀଡ଼
ବାଟଭୁଲା ପକ୍ଷୀଟେ ମୁଁ ଦେଇଛ ନୀଡ଼
ବାଟ ଭାଙ୍ଗି ଚାଲିଯିବି ଭାବନା' ବଡ଼
ବାଟଭୁଲା ପକ୍ଷୀଟେ ମୁଁ ଦେଇଛ ନୀଡ଼ ! ୦ !
ସଂପର୍କକୁ ଯୋଡ଼ିଦେଇ ହୋଇଛି ଭାଷା
ବୁକୁ ତଳ ଦୀର୍ଘଶ୍ବାସେ ମେଣ୍ଟିଛି ଆଶା
ମମତାକୁ କାଟିଦେଇ ହେବାନି ଆଡ଼
ବାଟଭୁଲା ପକ୍ଷୀଟେ ମୁଁ ଦେଇଛ ନୀଡ଼ ! ୧ !
କେତେ କିଏ ଉଡ଼ିଗଲେ ନ ଥିଲେ ମେଳ
ଝଡ଼ ଆଉ ପବନରେ ହାରିଲେ ବେଳ
ହିସାବକୁ ଆସିଲାନି ସପନ ଭିଡ଼
ବାଟଭୁଲା ପକ୍ଷୀଟେ ମୁଁ ଦେଇଛ ନୀଡ଼ ! ୨ !
ସୀମାହୀନ ଆକାଶର ସାନ୍ତ୍ବନା ଆଣି
ଉଡ଼ିବାର ରହିବାର ଭରସା ପୁଣି
ମାୟା ନୁହେଁ ମୋହ ନିଦ୍ରା ଲେଉଟେ କଡ଼
ସପନର ବାସ୍ତବକୁ କହୁନି ଛାଡ଼
ବାଟଭୁଲା ପକ୍ଷୀଟେ ମୁଁ ଦେଇଛ ନୀଡ଼ ! ୩ !