ବାଟ
ବାଟ
ଦିପହର ଖରା
ଚାରିଆଡ଼ ଭରା
ପୋଦିଦିଏ ଦେହ ହାତ ଗୋଡ଼,
ପିଲାଟିଏ ଫୁଲ
ପାଇବାକୁ ମୂଲ
ଭରିଥିଲା ଚାଙ୍ଗୁଡ଼ି'ତା କୋଡ଼ ।
ଖାଲି ଗୋଡ ଚାଲି
ମାଟି କିମ୍ବା ବାଲି
ଦିପହର ବେଳେ ଘର ଦ୍ୱାର,
ଫୁଲ ନିଅ ବାବୁ
ଚମ୍ପା ମଲ୍ଲୀ ସବୁ
ଗଜରା ଗୋଲାପ କିଣ ହାର ।
ଜଣେ ଲୋକ ଦେଖି
ଖାଲି ଗୋଡ଼ ସେକି
ଡାକିଲେ ବାବୁରେ ଏଣେ ଶୁଣ,
ଦୋକାନକୁ ନେଇ
ଜୋତା କିଣିଦେଇ
ଏବେ ବିକିବାକୁ ଯାଅ ପୁଣ ।
ତୁମେ ଭଗବାନ
କଲ ଜୋତାଦାନ
ପିଲାଟି କହିଲା ତୋଷ ହୋଇ,
ନୁହେଁ ମୁହିଁ କିଛି
ଖାଲି ପାଦ ଅଛି
ଖରାରେ ପୋଡୁଛି ଜୋତା ଥୋଇ ।
ଭଗବାନ ଲୋକ
ବୁଝି ମୋର ଭୋକ
ଆସିଗଲ ବୋଲି ଦେଲ ନେଇ,
ଈଶ୍ୱରଙ୍କ ଲୋକ
ବୋଲି ମୋର ଭୋକ
ଦୟା ସହଯୋଗ କଲ ଦେଇ ।
ଗଲାକାଲି ରାତି
ମାଗିଥିଲି ପାତି
ପ୍ରଭୁ ହଳେ ଜୋତା ଦିଅ ମତେ
ତୁମେ ପ୍ରଭୁ ସାଙ୍ଗ
କିଣିଦେଇ ଆଗ
ସାହାଯ୍ୟ କରିଛ ମତେ ସତେ ।
ଝରିଗଲା ଲୁହ
ରୋକିଦେଇ କୋହ
କହିଲେ ନୁହେଁରେ ,ପ୍ରଭୁ ଆଗ
ଘାରିଲା ଭିତରେ
ଈଶ୍ୱର ସତରେ
ଦୂର ହୁଅନ୍ତିନି ଆମ ସାଙ୍ଗ।
ଅଛି ହା ତ ଦୁଇ
ଦୁଃଖୀ ରଙ୍କି ପାଇଁ
ପ୍ରକୃତିର ଦୁଇ ପଥ ଥାଇଁ
ଦେଇକରି ଯିବା
ଛାଡିକରି ଅବା
ନେଇକରିଯିବା ବାଟ ନାହିଁ ।