ବାଟ ଅଜଣା ଲୋକ ବି ଅଚିହ୍ନା
ବାଟ ଅଜଣା ଲୋକ ବି ଅଚିହ୍ନା
ଅଜଣା ବାଟ
ଅଚିହ୍ନା ମଣିଷ
ନା ହାରିବାର
ଥାଏ ଡର ନା ହଜେଇବାର ଭୟ
ଖାଲି ହାତେ ଆସି
ଖାଲି ହାତେ ଯିବ
କିପାଇଁ ଏତେ ଅସହାୟ..?
ସମ୍ଭାଳ ନିଜକୁ
ତର୍ଜମା କର ଭୁଲକୁ
ଦୁନିଆଁରେ ଆପଣା ଛାଏଁ କିଛି ମିଳେନି
ଝୁଣ୍ଟିବା, ପଡ଼ିବା ଆଉ କ୍ଷତ ବିକ୍ଷତ ହେବା
ହେଲେ ନିଜକୁ ମଜଭୁତ କରିବା
ହୃଦୟର ସହ କର୍ତ୍ତବ୍ୟ କରିବା
ଶେଷ ନିଶ୍ଵାସ ଯାଏଁ
ନିଜ ଲକ୍ଷ୍ୟସ୍ଥଳ ଆଡ଼େ ଅଗ୍ରସର ହେବା
କିଏ ଅଚିହ୍ନା ଏଠି ?
ସୂର୍ଯ୍ୟ ନା ଜହ୍ନ !
ନଈ ନା ସାଗର !
ରାସ୍ତା ନା ସହର !
ସବୁ ଆଜନ୍ମ ପରିଚିତ
ଏଠି ସବୁ ନିଜର ସବୁ ଚିହ୍ନା
ପରିଚୟ ବୋଲି ଗୋଟିଏ
ଜାତି ବି ଗୋଟିଏ ଧର୍ମ ବି ଗୋଟିଏ
ମାନବ ଜାତି ମାନବ ଧର୍ମ ।
ଚିହ୍ନା ବୋଲି ଭାବୁଛ ଯାହାକୁ
ବିପଦ ବେଳେ ସେ
ବାହାନା କରି ଯାଏ ଦୂରେକୁ
ଅଚିହ୍ନାର ହାତ ବଢେ ଆଗକୁ ।
ଦୁଃଖୀ ରଙ୍କି ପାଇଁ ବ୍ୟସ୍ତ ଯା' ମନ
ଅଚିହ୍ନା ଅଜଣା ସଭିଏଁ ତା ସାଥି
ହେଜି ଥାଏ ଯିଏ ନର ଘଟେ ନାରାୟଣ
କୃତାର୍ଥ ତାର ଜୀବନ ..।