Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର Ajaya Kumar ବେହେରା Behera

Others

3.4  

ଅଜୟ କୁମାର Ajaya Kumar ବେହେରା Behera

Others

ବାର୍ଦ୍ଧକ୍ୟରେ ବିଳାପ

ବାର୍ଦ୍ଧକ୍ୟରେ ବିଳାପ

1 min
235


ବଢୁଛି ବୟସ କମୁଛି ଆୟୁଷ

    ସମୟ ଯାଉଛି ଗଡି ।

ଯଉବନ ଆମ ପୋକ ଲାଗିଲାଣି

    ଧଳା ହୁଏ ଚୁଟି ଦାଢ଼ି ।

କେତେଦିନ ଅବା ବାକି ଅଛି ଆଉ

   ହୋଇଯିବା ବୁଢା ବୁଢ଼ୀ ।

ଅଦୃଶ୍ୟ ହୋଇବ ଶ୍ରବଣ କମିବ

    ଚମ ହେବ ଧୁଡୁ ଧୁଡି ।

ଜରା ବ୍ୟାଧି ଗ୍ରାସୀ ଅଚଳ ହୋଇବା

   ହାତେ ଥିବ ଆଶା ବାଡ଼ି ।

ପିଲାମାନେ ଧୀରେ ବଡ଼ ହେଉଛନ୍ତି

   ଆମକୁ ଯିବେ ସେ ଛାଡି ।

ନିଜ ସଂସାରର ବୋଝ ବୋହୁ ବୋହୁ

    ଜଞ୍ଜାଳ ଆସିବ ମାଡି ।

ଆମ କଥା ଆଉ ବୁଝିବେନି କେହି

   କାନ୍ଦିଲେ ବି ଛାଡି ରଡି ।

ଭୁଲିଯିବେ ପିଲା ପିତାମାତା କଷ୍ଟ

   କେମିତି ଥିଲେ ସେ ବଢି ।

କାହା ପାଇଁ ଆଜି ତାଙ୍କର ସଂସାର

    ଉଠୁଛି ଖୁସିରେ ଗଢି ।

ଅସହାୟ ହୋଇ ସାହାଯ୍ୟ ଲୋଡିଲେ

   ବିରକ୍ତରେ ଦେବେ ଝାଡ଼ି ।

ବୃଦ୍ଧାଶ୍ରମ ଖୋଜି କର୍ତ୍ତବ୍ୟ ସାରିବେ 

  ଦେଲାପରେ ସେଠି ଛାଡି ।



Rate this content
Log in