ବାପାଙ୍କୁ ଚିଠି
ବାପାଙ୍କୁ ଚିଠି
ଘେନ ମୋ ପ୍ରଣାମ ବାପା ମହାଶୟ
ଆରମ୍ଭ କରୁଛି କଥା ।
ବୋଉ ମୋର ଭଲ ଅଛି ଆଶା ମୋର
କହୁଛି ମୋ (ଅ) ର ଗାଥା ।।
ଭାଇ ଭଉଣୀ ଙ୍କୁ ସ୍ନେହ ଦେବ ମୋର
କହିବ ରୁବୀ ର ଚିଠି।
ସମସ୍ତେ କରମ କରି ନିଜ ନିଜ
ବସିବ ସକାଳୁ ଉଠି ।।
ବାପା ତୁମେ ମୋର ଚଳନ୍ତି ଠାକୁର
ସୁଖରେ ଦୁଃଖରେ ସାହା ।
କେମିତି କହିବି ଦୁଖଃର ଜନ୍ତ୍ରଣା
ତମେ ନ ଧରିବ ରାହା ।।
ଏତେ ବାଟ ଶାଶୁ ଘର କରି ମୁଇଁ
ଖୋଜିଛି ତୁମକୁ ଏଇଠି । <
/p>
ଶରୀର ଟି ଅଛି ମୋରି ପାଖରେ
ପ୍ରାଣ ରହିଯାଏ ସେଇଠି ।।
ତୁମ ସ୍ନେହ ଆଉ ବୋଉ ର ଗାଳିକୁ
କେମିତି ଭୁଲିବି କୁହ ।
ରକି ଆଉ ରୋଜି ମୋରି ଜୀବନ
ତାଙ୍କରି ପାଇଁ ମୋ ମୋହ ।।
ବାପା ତୁମ ଦେହ ଭଲ ରେ ରଖିବ
କରିବନି ଅବହେଳା ।
ଔଷଧ କୁ ଖାଇ ନିଦ୍ରା ଟିକେ ଯାଇ
କରିବ ଯେ ତୁମେ ଖେଳା ।।
ରହୁଚି ଏତିକି କଥାକୁ କହିକି
ମାନିବ ବାପା ମୋର ।
ସବୁବେଳେ ମୋତେ ଟିକେ ମନେ ରଖି
ଭଲରେ ରଖିବ ଘର.।।