Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ବାପାଙ୍କ ହୃଦୟ

ବାପାଙ୍କ ହୃଦୟ

1 min
178


ଅନନ୍ତ ଅପାର ହୃଦୟ ହିମାଦ୍ରି ଶିଖରରୁ ଉଚ୍ଚତର 

ଅମାପ ଅସୀମ ସାଗରୁ ଗଭୀର ହୃଦୟଟେ ବାପାଙ୍କର 

ବଜ୍ରରୁ କଠିନ ସେ ବିଶାଳ ବପୁ ଅମୀୟ ପବିତ୍ର ସ୍ଥଳ

“ତରଳୁ ତରଳ” ଝରଇ ବାତ୍ସଲ୍ୟ ପ୍ରେମର ଜାହ୍ନବୀ ଧାର ।।

 

ଆକାଶୁ ପ୍ରସସ୍ଥ ହୃଦ ସୁଖ, ଦୁଃଖ ସାଇତା ସ୍ଵର୍ଣ୍ଣ ପେଟିକା

ବିସ୍ତୀର୍ଣ୍ଣ, ନିର୍ଜନ ସାହାରା ବାଲିର ମରୁଦ୍ୟାନ ସମ ବାପା

ନିଦାଘେ ଶୀତଳ ମଳୟ ମରୁତ ପରଶେ ଜୀବନ ହସେ

ନାହିଁ ପଟାନ୍ତର ହୃଦୟ କାହାର ବାପାଙ୍କ ପରି ଯେ ଦିଶେ ।।

 

ଅପରୂପ ଅନୁରାଗ ମେରୁ ଗିରି ସମ ଅଟଳ ଅଚଳ

ପ୍ରତ୍ୟୁଷ ଲାଲିମା ରଜନୀ ଯୋଛନା ଝଳେ ହୃଦୟ ପଟଳ 

ସେ ହୃଦ ସରସୀ ପଦ୍ମ କୁମୁଦିନୀ ମଧୁ ମକରନ୍ଦ ଝରା

ନିର୍ମଳ ହୃଦୟ ହୁଅନ୍ତି ଉଦୟ ସୂର୍ଯ୍ୟ ଜହ୍ନ ଆଉ ତାରା 

 

ଏମନ୍ତ ହୃଦୟ ଅଧିକାରୀ ସେହି ଅମୃତମୟ ସେ ଡାକ

ଜୀବନ୍ତ ଦେବତା ବାପା ସୃଷ୍ଟି କର୍ତ୍ତା ଅନ୍ତହୀନ ତାଙ୍କ ହୃଦ ।।


Rate this content
Log in