Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indrabadal Mohanty

Tragedy

5.0  

Indrabadal Mohanty

Tragedy

ବାପା

ବାପା

1 min
493


ବାପା 

ତୁମ ବିନା କେମିତି ଚାଲୁଛି ମୁଁ,

ତୁମେ ଟିକେ ଆସି ଦେଖିଯାଅ।


ବାପା

ତୁମେ ଦେଇଥିବା ଶିକ୍ଷାକୁ, 

କେମିତି ଆପଣେଇବି ଆଉ ଥରେ ଶିଖେଇଯାଅ,


ବାପା

ସଂସାର ଜଞ୍ଜାଳର ସଂଘର୍ଷରେ,

ତୁମ ବିନା ମୁଁ ଜିତିବା ଶିଖିବା ପୂର୍ବରୁ ତୁମେ ଚାଲିଗଲ।


ବାପା

ସାହସକୁ ହାତରେ ଧରିବା ପୂର୍ବରୁ,

ତୁମେ ଆଜି ବେସାହାରା କରିଦେଲ।


ବାପା

ସ୍ବପ୍ନ ଦେଖାଇ ସ୍ବପ୍ନକୁ ସାଥିରେ ପୂରଣ କରିବାକୁ କହି,

ତୁମେ ଆଜି ସ୍ବପ୍ନର ଦୁନିଆରେ ହଜିଗଲ।


ବାପା

ତୁମର ଏ ଚଗଲା ପୁଅକୁ ଚିନ୍ତାର ଭାବସାଗରେ ଭସାଇ,

ପୁଣି ଦାୟିତ୍ବର ହିମାଳୟ ଦେଇ ତୁମେ ଆଜି ଭୁଲିଗଲ।


ବାପା

ମୋ ସଂଘର୍ଷ କାହାଣୀ ଲେଖିବା ପାଇଁ ବାପା ତୁମେ,

ତୁମ ଆଦର୍ଶକୁ ସମ୍ମାନ ଦେବାକୁ କହିଲ।


ବାପା

ପୁଣି ତୁମ ବିନା ଚାଲି ଶିଖିବା ପୂର୍ବରୁ, 

ଏ ଜୀବନର ସୁଦୀର୍ଘ କଣ୍ଟକିତ ରାସ୍ତାରେ ମତେ ଏକା କରି ଚାଲିଗଲ।


ବାପା

ଦୋକାନର ପ୍ରତ୍ୟକ କଣ୍ଢେଇ ମୋର ଥିଲା,

ଯେତେବେଳେ ତୁମେ ମୋର ପାସେ ଥିଲ।


ବାପା

ଆଜି ଏ ଦୁନିଆର ରଂଗଣମଞ୍ଚରେ ଗୋଟେ ରକ୍ତମାଂସ କଣ୍ଢେଇ ଟିଏ କରି ମତେ,

ତୁମେ ଆଜି ସ୍ୱର୍ଗରେ ରହିଲ।



Rate this content
Log in

Similar oriya poem from Tragedy