ବାପା
ବାପା
ହୃଦୟ ଯାହାର ଆକାଶଠୁ ବଡ଼
ସେ ଅଟନ୍ତି ବାପା ମୋର
ବିପଦେ ଆପଦେ ଜଗି ରହିଥାନ୍ତି
ଚଳନ୍ତି ଠାକୁର ମୋର!
ମାଗିବା ଆଗରୁ ମନ ଜାଣିକରି
ସବୁ ଖଞ୍ଜି ଦେଇଥାନ୍ତି
ହାତ ଧରି ମୋର ବାଟ ସେ ଶିଖାନ୍ତି
ସବୁ ସୁଖ ଦେଇଥାନ୍ତି!
ବହୁ କଷ୍ଟ ସହି ମୋର ଉନ୍ନତିରେ
ସଦା ଥାଏ ତାଙ୍କ ମନ
ବାପା ପରି ଆଉ କିଏ ସେ ହୋଇବ
କୋଟି ରେ ଗୋଟିଏ ଜନ !
ସେବା ଦୟା କ୍ଷମା ତାଙ୍କର ଆଦର୍ଶ
ରଖି ଅଛି ସଦା ମନେ
ମନେ ସଦା ଚିନ୍ତି ତାଙ୍କ ଆଦର୍ଶକୁ
କାର୍ଯ୍ୟ କରୁ ଥିବି ଯତ୍ନେ!
ସ୍ନେହ ଆଶୀର୍ବାଦ ଦେଇଛ ଅନେକ
ମୁଦିବା ଆଗରୁ ଆଖି
ବହୁ ବାଟ ଅଛି ଚାଲିବାକୁ ବାକି
ତୁମର ପ୍ରେରଣା ସାକ୍ଷୀ!
ସନ୍ତାନ ଉନ୍ନତି ସଦା ମନେ ଚିନ୍ତି
ବାପା କରିଥାନ୍ତି କାର୍ଯ୍ୟ
ସଂସାର ରଥକୁ ଚଳାଇବା ପାଇଁ
ମନେ ତାଙ୍କ ବହୁ ଧର୍ଯ୍ୟ!
ଦିନେ କେବେ ମୋତେ ରୋଗବ୍ୟାଧିହେଲେ
ସେବା ଯତ୍ନ କରିଥାନ୍ତି
ରାତି ଉଜାଗର ରହି ମୋର ବାପା
ଭୋକ ଶୋଷ ଭୁଲିଯାନ୍ତି!
ତାଙ୍କଠାରୁ ବଡ଼ ସଂସାରେ ନାହାନ୍ତି
ତାଙ୍କୁ ମୁଁ ଭୁଲିବି ନାହିଁ
ମନମୋର ରହୁ ତାଙ୍କରି ଚରଣେ
ସେବା ମନ ଭାବ ବହି!