ବାପା
ବାପା
ଚଲାପଥେ ହାତ ଧରି ଚଲାଇ
ବିପଦ ଆପଦ ସାଦରେ ଏଡାଇ
ଦୁଃଖ ନେଇଯାଇ ହସ ଖେଳେଇ
ମୁଣ୍ଡ ଟେକି ବଞ୍ଚିବା ଦେଇଛ ଶିଖାଇ..
ବନ୍ଧୁ କହିବି କି ଗୁରୁ କହିବି
ଚଳନ୍ତି ଈଶ୍ୱର ତୁମକୁ କହିବି
ପ୍ରାଣ ସଂଚାର କରିଛ ମୋର
କି କହି ମୁଁ ନିଜ ଭାବ କହିବି..
ଯେତେ ବଡ଼ ଝଞ୍ଜା ଯାଇଛି ମନେ
ତୁମକୁ କହି ମୁଁ ଶାନ୍ତି ସନ୍ଧାନେ
ଜାଣିଛି ତୁମେ ସମାଧାନ କରିବ
ସବୁ ସମସ୍ୟାକୁ ହରେଇ ଦେବ..
ଦେଖିନି ଈଶ୍ୱର କିଏ ଜାଣିନି ତାଙ୍କରି ସତ୍ତା
ତୁମେ ହିଁ ଈଶ୍ୱର ମୋର ତୁମେ ହିଁ ତ୍ରାଣକର୍ତ୍ତା
ଜୀବନ ଯୁଦ୍ଧ ଲଢେଇ ଯେ ଶିଖେଇଛି ମୋତେ
ପ୍ରଣତି ଢାଳି ଚରଣେ ଲଭେ ଶାନ୍ତି ମୁଁ ଚିତ୍ତେ..