Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

mamatanjali Patra

Others

3  

mamatanjali Patra

Others

ବାପା ତୁମେ ମୋ ଜୀବନ

ବାପା ତୁମେ ମୋ ଜୀବନ

1 min
122


ବାପା ତୁମେ ମୋ ଜୀବନର ସ୍ରଷ୍ଟା ର ଜୀବନ୍ତ ଠାକୁର

ସୁରକ୍ଷା ବଳୟର ଦେଲ ମୋ ଚାଲିବା ବାଟ

ଯେତେ ଆସୁ ଝଡ ସବୁ ଯାଏ ଦୂରେଇ

କେବେ ଆଲୋକ ଶିଖା ହୋଇ

ଦେଲ ଆମକୁ ବାଟଯେ ବତେଇ।

ମୋ ଜୀବନେ ସାଜିଲ ଆକାଶରେ ଦିବାକର

ମନରେ ଭରିଲ ସାହସ ଶକ୍ତି ର ବଳୟ।

ତମର ଶ୍ରଦ୍ଧା ମୋ ପାଇଁ ଅମୂଲ୍ୟର ଭଣ୍ଡାର

ନିତି ଆର୍ଦଶର ଶିକ୍ଷା ମୋତେ ଶାଖାଇଲ।

ସତ୍ୟ ଅସତ୍ୟର ପଥଯେ ଦେଖାଇଲ

ପ୍ରେରଣା ସୂତ୍ରରେ ତୁମେ ମୋର ଉଜ୍ଜ୍ୱଳ ଭବିଷ୍ୟତ

ସହନଶୀଳହୃଦୟର ,ତ୍ୟାଗ ସାଧକ

ବାପା ତୁମେ ମହାଦ୍ରୁମ ଧର୍ମ ପ୍ରତୀକ।

ତୁମର ହସ୍ତଯଦି ଥାଏ ମସ୍ତିକରେ

ସବୁ ଦୁଃଖ ଦୂରେଇ ଯାଏ ଆଶ୍ରୀବାଦ ବଳରେ

ସିଖେଇଲ ତୁମେ ଉତ୍ତମ ସଂସ୍କାର

କହିଲ କାନେ କାନେ ରଖିବୁ ମୋର ପଣ

କେବେ ତୁ ଭାବିବୁନି ନାହିଁ ମୁଁ ତ ପାଖର

କହୁଛି ଗୋଟେ କଥା ରଖିବୁ ତୋର ମନେ

କେବେ କାହିଁ ନଭାବିବୁ ଏକୁଟିଆ ଦିନେ

ତପାଖେ ପାଖେ ରହିଥିବି ସଦା ସବୁବେଳେ।

ସୁକର୍ମ କରିବୁ ତୁହି ନକରିବୁ ଅନ୍ୟାୟ, ଅତ୍ୟଚାର

ଧର୍ମ କାମ କରୁଥିବୁ ସାରା ଜୀବନରେ

କରୁଛି ଆଶିର୍ବାଦ ରହିଥିବ ସବୁ ଦିନେ।


Rate this content
Log in