Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Inspirational

3  

Akshayakumar Dash

Inspirational

ବାପା/ବାବା

ବାପା/ବାବା

1 min
163


କିଛି ନେବାକୁ ଚାହାନ୍ତିନି

ଦେଇଆସନ୍ତି ଆଜୀବନ

ଅତି ଯତ୍ନରେ ପୃଥୀ ରଚନାକାର

ମାଟି ତଳେ କି ଉପରେ

ପର୍ଯ୍ୟାପ୍ତ ଧନ ରଖି

ସଞ୍ଚିବା କେବଳ ସନ୍ତାନ ହିତରେ

ଅକ୍ଲାନ୍ତ ଶ୍ରମ ତାଙ୍କ ରାତି ଦିନ ।

ଶିକ୍ଷକର ଶିକ୍ଷା ତ ଚିକିତ୍ସା

ମନ୍ଦ କାମକୁ ନାପସନ୍ଦ

ଜଣେ ନିର୍ଦ୍ଦେଶକ ତ ନିଷ୍ଠାପର

ବୈରାଗୀ ପରି ଦୁଖଃ ସବୁ ପିଇ

ସଂସ୍କାର ଦିଅନ୍ତି, କେବଳ ଶ୍ରଦ୍ଧା ରଖି

 ଗଢିବାକୁ ଆଦର୍ଶ ମଣିଷ ।

ପାଣି ଦିଅନ୍ତି ଭାସ୍କରଙ୍କୁ

ପୂଜା କରନ୍ତି ଭୂମିକୁ

ଲକ୍ଷେ ଦେବାଦେବ ପୁଜି

 ନେହୁରା ହୋଇ ମଙ୍ଗଳ ବାଞ୍ଛନ୍ତି

ହାତ ଉପରକୁ ଟେକିଦେଇ

ଶରଣ ପଶନ୍ତି  

ନାରିକେଳ ଭାଙ୍ଗନ୍ତି ।



Rate this content
Log in