Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ବାନ୍ଧବୀ ସହ "ଚା" ପିଇବାରେ

ବାନ୍ଧବୀ ସହ "ଚା" ପିଇବାରେ

1 min
157


ବାନ୍ଧବୀ ସହ ବସି ଚା ପିଉ ଥିଲି ଦିନେ

ଖୁସିର ମୁହୂର୍ତ୍ତ ପଡ଼ୁନାହିଁ ଆଉ ମନେ


ଝାପ୍ସା ଝାପ୍ସା ମନେ ଅଛି

କିଛି କଥା ତୋର

ରୁଦ୍ଧ ଆବେଗ ବେଦନା କି ବର୍ଣ୍ଣିବି ମୋର


ସେଦିନ ତମେ ଥିଲ ଏକ ଦ୍ୱୀପର ଶିଖା

ଦିନାନ୍ତ ଗୋଧୂଳିର କ୍ଷୁଦ୍ର ଆଲୋକ ରେଖା


ତମେ ଥିଲ ପିପାସିତ ମନ ପାଇଁ

ଖୁସିରେ 

ଜୀବନ ଯମୁନାରେ ଭଟ୍ଟା ଜୁଆର ଆସିରେ


ସେହି ଶିରୀ କଥା

ଆଜି ମୁଣ୍ଡ ବ୍ୟଥା କରେ

ବାନ୍ଧବୀ ତା ଜାଗାର

 କଥା ମଥା ନ ଧରେ


ଦଶ ବର୍ଷ ତଳର ଖୁସି ଆଜି ବାସିରେ

ତଥାପି ମନ ରେ ଆସି ଦିଅଇ ଖୁସିରେ


ବାନ୍ଧବୀ ଦେଖା ଚା ଦୋକାନରେ

ପ୍ରତି ସଞ୍ଜେ 

ବଚନ ତା ମୁଖରୁ ଶୁଣିବା ପାଇଁ

ମୁଁ ଯେ


ଉତ୍ସୁକତା ହୋଇ ନ ଆସିବା ଦିନ ଖୋଜେ

ସୁନ୍ଦରୀ ସେ ଥିଲା ମୋର ସପନ ରାଇଜେ


ଖୁସି ମନରେ ଥାଏରେ  

ଅବୟବେ ନୁହେଁ

ବାନ୍ଧବୀ ସହ ବସି ଚାହା ପିଇବାରେ 

ମଜା ୟେ


ବାନ୍ଧବୀ ଥିଲା ମୋର

ହୃଦୟର ମନ୍ଦିର

ମଜାରେ କଟେ ଯେ ଚାହା ପିଇବାର ଆସର 



Rate this content
Log in

Similar oriya poem from Inspirational