ବାଜି
ବାଜି
ସମୟ କାହିଁକି ଯେ ଲାଗେ
ସତେ ଯେମିତି ବାଜିଟିଏ
ନହେଲେ ବି ଲାଗେ
ଇଚ୍ଛା ହୁଏ ଜିତିବାକୁ
ବାଜି ସମୟର
ବନ୍ଧୁତ୍ୱ କରେ ସମୟ
ଭଲ ପାଏ ବାଜି ଲଗାଏ
ଜିତିବାକୁ ଇଚ୍ଛା ହୁଏ
ସମୟର ବାଜି
ହେଲେ ବି ଭଲ ପାଏ ତାକୁ
ସମୟ ଅହରହ ଅପେକ୍ଷା
କରେନି କାହାକୁ
ସଦୁପଯୋଗ କଲେ ସେ
କଳ୍ପବୃକ୍ଷ କାମଧେନୁ
ସମୟ ଏକ ଏମିତି ବାଜି
ଭାରି ଭଲ ଲାଗେ ତାକୁ
ଜିତିବାକୁ ଅନ୍ୟ ନାମ
ତାର ବା ଜିହିଁ ହୁଏ