Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Inspirational

4  

Pranati Mahapatra

Inspirational

ବାବୁରେ

ବାବୁରେ

1 min
384



ରକ୍ତ ମାଂସର ଏ ଜୀବନ କେବଳ

   ଧରାରେ ଅଢେଇ ଦିନିଆ,

ଜୀଇଁ ଥିବା ଯାଏ ସଭିଏଁ ନିଜର

   ହେଉଥିବ ଯଦି ଦିଆନିଆ,

   ନ ଦେଲେ ନ କଲେ ବାବୁ

କେହି ଚିହ୍ନିବେନି ବଞ୍ଚି ଥାଉ ଥାଉ

   ଶ୍ରାଦ୍ଧ କରିଦେବେ ତୁ ବଞ୍ଚିଥା ।


କିଛି ନ ଦେଲେ ବି ଜଣେ ଏ ଧରାରେ

   କରିନେବ ଆପଣାର,

ଯଦି କରିଥିବୁ ତାକୁ ତୁ ନିଜର

   ଛାଡିବନି ହାତ ତୋର,

   ପାଶେ ପାଶେ ଥାଇ

କର୍ମଫଳ ଯେବେ ଭୁଞ୍ଜିବୁ ବାବୁରେ

   ଅଂଶୀଦାର ଏକା ସେହି।


ମୁଠେଇ ଧରିଲେ ଯାଇ ପାରେନାହିଁ

   ତୋ ବନ୍ଧନେ ବନ୍ଧା ଥାଏ,

ମୁଠା ଖୋଲିଦେଲେ ବନ୍ଧନ ଫିଟଇ

    ଆଉ ସେ ଧରା ନ ଦିଏ,

   ନାମ ମନ୍ତ୍ର ଯାଦୁ ଇଏ

ଶୟନେ ସ୍ବପନେ ଅବା ଜାଗରଣେ

   ପ୍ରତିକ୍ଷଣ ତାକୁ ଭଜେ ଯିଏ

   ପାଶେ ପାଶେ ନିତି ରହିଥାଏ ।


Rate this content
Log in