ଅଟଳ ହିମାଳୟ
ଅଟଳ ହିମାଳୟ
ବଳିଷ୍ଠ ପ୍ରାଚେରୀ
ବଳିଷ୍ଠ ହୃଦୟ
ପ୍ରକୃତିର ସମାହାର,
ହିମାଳୟ ପିଠେ
ଯୋଗୀ ତପୀ ସିଦ୍ଧି
ଲଭନ୍ତି ନିରନ୍ତର।
ରହସ୍ୟ ମୟ ହିମାଳୟ ଗିରି
ଦେବତାଙ୍କ ବାସ ସ୍ଥଳ,
ପ୍ରକୃତିର ଅପୂର୍ବ ଉପମା
ବନ ମହୌଷଧିର ଅଞ୍ଚଳ।
କୁଟିଳ ଯୋଜନା ଯେତେ କରିଥାଉ ଶତ୍ରୁ
ଆମ ସୀମା ପ୍ରବେଶ ସହଜ ତା ପାଇଁ ନାହିଁ,
ଧର୍ମ ସାଥିରେ ହିମାଳୟ ଅଛି
ବିଜୟ କିରୀଟ ସଦା ଆମ ଭାରତୀୟଙ୍କ ମଥା ପାଇଁ।
ତୁମେ ରହିଅଛ ନିଶ୍ଚଳ ସଚଳ ଅଚଳ ସାଉଁଟି ବୃକ୍ଷ,ପଶୁ,ମାନବ,ବିହଙ୍ଗ..
ବକ୍ଷେ ଧରିଛ ସକଳ ପ୍ରାଣୀଙ୍କ ପୁଷ୍ପ ଫଳ ଆହାର ଅସରନ୍ତି ପ୍ରାକୃତିକ ସମ୍ପଦ।
ଅହରହ ଦେଇ ଚାଲିଛ ଯେ ଯାହା ଚାହିଁଲା
ସହି ସହି ପ୍ରାକୃତିକ ବିପର୍ଯ୍ୟୟ,
କପଟୀ ମଣିଷଙ୍କ ପ୍ରହାର ଆହୁରି ଅବ୍ୟକ୍ତ ଅସୀମ କ୍ଷୋଭ କୋହ।
କିଏ କେବେ ବି ବୁଝିନି ତୁମ ଛାତି ତଳର ଯନ୍ତ୍ରଣା
କିଏ ପରଖିନି ଢାଳ ଅଶ୍ରୁ ଝର ଝର,
ପୁଣ୍ୟତୋୟା ଗଙ୍ଗାରେ ପତିତ ସେ ଲୁହ କେତେ ପାପୀ (ପାଇଛନ୍ତି)/ପାଆନ୍ତି ଉଦ୍ଧାର।
ଅନାଦି କାଳରୁ ରହସ୍ୟ ମୟ ହିମ ପରିବେଷ୍ଟିତ,
ବିଶ୍ୱାସ ରହିଛି ବ୍ରହ୍ମାଣ୍ଡ ଗୋସାଇଁ ପୃଷ୍ଠେ ତୁମ ଗୁପତେ ବିଚରିତ।
ତୁମେ ସେହି ହିମାଞ୍ଚଳ ,
ତୁମେ ସେହି ହିମାଳୟ,
ତ୍ରିଶୂଳ ଧାରୀଙ୍କ ବାସସ୍ଥଳ ସବୁ କୈଳାସ ମୟ।
ଦେବ ମୁନି, ଋଷି,ଗନ୍ଧର୍ବ,କିନ୍ନରଙ୍କ ଲୀଳା ଖେଳା ପର୍ବତ
କିମ୍ବଦନ୍ତୀ ସମ୍ଭୂତ,
ହେ ହିମାଳୟ ବର୍ଣ୍ଣିବାର ଧୃଷ୍ଟତା କରି,
ସୁଦୂର ଥାଇ କରୁଛି ପ୍ରଣିପାତ।