Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅଟଳ ଭାଈ

ଅଟଳ ଭାଈ

1 min
314


ଅଟଳ ଭାଈ ରେ ଅଟଳ ଭାଈ

ବାଜ ପକ୍ଷୀଟିଏ ତୁ ବାଜପେଇ l


ରାଷ୍ଟ୍ର ନୀତିଜ୍ଞ ତୁମ ରାଷ୍ଟ୍ର ନିତି

ତୁମ ପରି ଆଉ କେହି ନାହାଁନ୍ତି l


କୂଟ ନୀତି ତୁମ୍ଭ ଅତି ଧୂରୀଣ

ଜାତିସଂଘେ ଦେଲ ହିନ୍ଦୀ ଭାଷଣ l


ଝୁରୁଅଛି ଆଜି ସେ ପୋଖାରଣ

ତାଣ୍ଡବ ଅଣୁବୋମା ବିସ୍ଫୋରଣ l


କାର୍ଗିଲ ଯୁଦ୍ଧରେ ଡାକିଲା ଅରି

ଡେଇଁପଡ଼ି ଥିଲ କୃପାଣ ଧରି l


ଧୂଳି ଚଟାଇଲ ଶତ୍ରୁକୁ ଭଲେ

ମାଥାନତ କରି ପଳାଇ ଗଲେ l


ବିରୋଧୀ ଦଳର ଆଦର୍ଶ ନିତି

ତୁମ ମତେ ଵାଢ଼ା ପିଟା ନୁହଁନ୍ତି l


କବି ସାହିତ୍ୟିକ ଊଚ୍ଚ କୋଟୀର

ଏକାବନ କବିତା ସମାହାର l


ସଡ଼କ ଯୋଜନା ପ୍ରଧାନମନ୍ତ୍ରୀ

ଆଦର୍ଶ ପୁରୁଷ ହେ ମହାମନ୍ତ୍ରୀ l


ପଦ୍ମ ବିଭୂଷଣ ପଦୁଅଁ ନେତ୍ର

ଭାରତ ଭୂଷଣ ଭାରତ ରତ୍ନ l


ଜନମ ଦିନରେ ହେ ନୀତିନିଷ୍ଠ

ଦଣ୍ଡବତ କରୁଁ ହୋଇ ଭୂମିଷ୍ଠ l


Rate this content
Log in

Similar oriya poem from Inspirational