Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Others

4  

Ajit Kumar Raut

Others

ଅତିଥି

ଅତିଥି

1 min
500


ସନାତନୀ ଆମେ ଧର୍ମ ସନାତନ

ଅତିଥି ସେବା ହିଁ ଧର୍ମ,

ଅମୂଲ୍ୟ ସେବା ହିଁ ଅତିଥି ସତ୍କାର

ତାର ପରି ନାହିଁ ଧର୍ମ।୧।


ପରିଦର୍ଶକ ସେ ସାଧୁ ସନ୍ଥ ଭକ୍ତ

ସତ୍କାର କରିବା ଧର୍ମ,

ତାଙ୍କ ମନ ଇଚ୍ଛା ପୂରଣ ହିଁ ଧର୍ମ

ଜୀବନ ଯାତ୍ରାର କର୍ମ।୨।


ଅତିଥି ହିଁ ଦେବ ଭଗବାନ ଆମ

ଅତିଥି ହିଁ ଦେବ ଭବ,

ମନୁଷ୍ୟ କର୍ତ୍ତବ୍ୟ ସେବା ହିଁ ତାଙ୍କର

ଜୀବନର କର୍ମ ଭବ।୩।


ଦେବତା ପୂଜନ ଅତିଥି ପୂଜନ

ସମାନ ପୂଜନ ଦୁଇ,

ଗୃହେ ଆଗମନ ବନ୍ଧୁ କି କୁଟୁମ୍ବ

କରିବା ସ୍ୱାଗତ ଭାଇ।୪।


ଭକ୍ତି ଭାବ ରଖି ପୂଜନ କରିବା

କରିବା ହିଁ ଦଣ୍ଡବତ,

ଆସନେ ବସାଇ ସତ୍କାର କରିବା

ହୋଇ ଭକ୍ତିପୂତ ଚିତ୍ତ।୫।


ତାଙ୍କ ମନ ଇଚ୍ଛା ଖାଦ୍ୟର ବ୍ୟବସ୍ଥା

ଭକ୍ତି ଚିତ୍ତେଟି କରିବା,

ଆସନକୁ ଥୋଇ ଆଦର ମନରେ

ଆସନେ ବସାଇ ଦେବା।୬।


ନାନାଦି ନୈବେଦ୍ୟ ବାଢି ଦେବା ପୁଣି

ଭୋଜନ କରିବେ ସେହୁ,

ତୃପ୍ତି ହୋଇ ସେହୁ ବସିବେ ଆସନେ

ଆଶିଷ କରିବେ ସେହୁ।୭।


ହିନ୍ଦୁ ଧର୍ମ ଏହୁ ଶାସ୍ତ୍ରରେ ବର୍ଣ୍ଣିତ

ହିନ୍ଦୁ ଅନୁଯାୟୀ ତାର,

ଅତିଥି ସତ୍କାର ମହାମନ୍ତ୍ର ଏହୁ

ପାଳନ କରିବା ତାର।୮।


ଅତିଥି ସେବାରେ ଖୁସି ଜଗନ୍ନାଥ

ଖୁସି କୃଷ୍ଣ ମହାବାହୁ,

ପ୍ରଭୁ ରାମଚନ୍ଦ୍ର ଖୁସି ସେ ହୁଅନ୍ତି

ଅତିଥି ସତ୍କାରେ ସେହୁ।୯।


ସନାତନୀ ଆମେ ଧର୍ମ ସନାତନ

ଅତିଥି ସେବା ହିଁ ଧର୍ମ,

ଅମୂଲ୍ୟ ସେବା ହିଁ ଅତିଥି ସତ୍କାର

ତାର ପରି ନାହିଁ ଧର୍ମ।୧୦।



Rate this content
Log in