Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ARUN MAHAPATRA

Inspirational

4.0  

ARUN MAHAPATRA

Inspirational

ଅତିରୁ ଇତି

ଅତିରୁ ଇତି

1 min
366



ଯୁଗେ ଯୁଗେ ଏହା ହୋଇଛି ବିଦିତ

ଇତିହାସ ଅଟେ ସାକ୍ଷୀ

କ୍ଷୀର ଉତୁରିଲେ ପଡ଼ଇ ଚୁଲିରେ

ଚାହିଁ ଥିବ ନିରିମାଖି

ଅତି ଚିପୁଡ଼ିଲେ ପିତା ହୁଏ ଲେମ୍ବୁ

ସତ୍ୟ ଅଟେ କାଳ କାଳ

ଅତି ସ୍ନେହ କଲେ ପୁତ୍ର ବୁଦ୍ଧି ନାଶ

ବୁଡେ ବାପୁଡ଼ାର କୂଳ

ଅତି ଆଗ୍ରହରେ ଅଧିକ ଭୋଜନ 

ଦିଅଇ ପେଟକୁ କଷ୍ଟ

ଅତି ପରିଶ୍ରମ ଅବା ସେ ବ୍ୟାୟାମ

ଶରୀରରେ ପରିଦୃଷ୍ଟ

ପୁରାଣେ ବର୍ଣ୍ଣିତ ଅତି ଦାନ କଥା

ଅତି ଗର୍ବ ଅଭିମାନ

ଅତିରୁ ଇତିକୁ ଲଭିଲେ ସଭିଁଏ

ହଜିଗଲା ବଂଶ ଚିହ୍ନ

ଅତିବ ଚିନ୍ତାରେ ମସ୍ତିଷ୍କ ଓଜନ

ବଢ଼ିଥାଏ ରକ୍ତଚାପ

ଅତି ଲବଣର ସେବନେ ବିଗିଡେ

ନିଜ ଶରୀରର ରୂପ

ଅତି ବରଷାରେ ଡୁବଇ ଧରିତ୍ରୀ

ଚାଷୀ ମୁଖେ ହାହାକାର

ଅତିହେଲେ ଗ୍ରୀଷ୍ମ ଫାଟଇ ମେଦିନୀ

ଖେଳ ସେ ମୃଗତୃଷ୍ଣାର ।

ଆବଶ୍ୟକ ଠାରୁ ବେଶୀ ଉପଦେଶ

ଦେଲେ ମିଳିଥାଏ ନିନ୍ଦା

ଅତି ପ୍ରଶଂସା ଚୋରର ଲକ୍ଷଣ

ରଚେ ସେ ଗୋଲକ ଧନ୍ଦା

ବାହାଦୂରୀ ଅତି ମହଙ୍ଗା ସାବ୍ୟସ୍ତ

କଥା ମହାଭାରତର

ନିଜେ ଯିବ ନାଶ ଅତୀବ ସାହସ

କାରଣ ସର୍ବନାଶର।

ମହାପୁରୁଷଙ୍କ ଅକାଟ୍ୟ ଏ ଉକ୍ତି

ଅତିରୁ ହୁଅଇ ଇତି

ନମାନିଲେ ବ୍ୟକ୍ତି ଗାଇବ ନିଶ୍ଚିତ

ସରବନାଶର ଗୀତି।


Rate this content
Log in

Similar oriya poem from Inspirational