STORYMIRROR

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ଅତିବେଶୀ

ଅତିବେଶୀ

1 min
218


ଖାଦ୍ୟରେ ପଡିଲେ ବେଶୀ ଲୁଣ

   ଖାଦ୍ୟ ହୋଇଯାଏ ନଷ୍ଟ

ସମ୍ପର୍କରେ ସନ୍ଦେହ ଅଧିକ ହୋଇଲେ

   ପାଇବୁ ତୁହି କଷ୍ଟ l


ଅତିଗର୍ବେ ହତ ହୋଇଥିଲା ଲଙ୍କା ପତି

   ଧ୍ୱଂସ ହେଲା କୁରୁବଂଶ

ଅତିରୁ ଇତି ଜଗତ ଜାଣଇ

   ଡାକିଆଣେ ସେତ ବିନାଶ l


ସ୍ନେହ ଆଶିଷ ଅତି ବେଶୀ ହେଲେ

   ପିଲେ ଚାଲିଯିବେ ଅବାଟେ

ବେଳ ଥାଉଁ ଥାଉଁ କର ଆକଟ

   ଫେରିବେନି ଆଉ ମୋଟେ l


ଅତି ଅଭିମାନ ଜୀବନ କରେ ନଷ୍ଟ

   ଏକଥା ମନରେ ହେଜ

ଅତି ଠାରୁ ସଦା ରହିଥିବା ଦୂରେ

   ଜୀବନ ହୋଇବ ସହଜ l



Rate this content
Log in

Similar oriya poem from Inspirational