Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Fantasy

3.4  

kahnu charan sahu

Fantasy

ଅର୍ଥ

ଅର୍ଥ

1 min
242



ଅର୍ଥ ହିଁ 

ଜୀବନର ଅର୍ଥ- 

ପରିବର୍ତ୍ତନ କରିଦିଏ,

ନିଜକୁ ବୁଝିବା ଆଗରୁ

ନିଜ ପରିବେଶ ସହ 

ପାରୁ ପର୍ଯ୍ୟନ୍ତ ଲଢ଼ିବାକୁ ହୁଏ ।


କର୍ମରୁ ସଫଳତା ଯାଏଁ

ଜୀବନ ଯନ୍ତ୍ରଣାକୁ ପ୍ରେରଣା ମଣି

କେଇପାଦ ବଢିବାକୁ ହୁଏ ।

ଆଶା, ଇଚ୍ଛା ଦୂର ଆକାଶର ଜହ୍ନ

କୋଳେଇ ନେବାକୁ କାଳ କମିଯାଏ

ଉପଭୋଗ କରିବାକୁ ହୁଏ 

କିଛିଟା ଉଦାହରଣ ।


ମାନ, ଅଭିମାନ ଅର୍ଥ ହୀନ

ପାଇବାର ମୋହ ଶ୍ରାବଣର କୋହ

ସବୁ ଦେଖି ମୂକ ବନିଯିବାର ହୁଏ,

ଅସମ୍ପୂର୍ଣ୍ଣ ଶୈଶବକୁ ସମର୍ପିବା ଆଗରୁ

ନିଜକୁ ପଥରଟେ ପରି ଗଢିବାକୁ ହୁଏ !

ହସ-ଖୁସି, ଆଶା-ନିଶା ଏକାକାର ହେବାରୁ ବଞ୍ଚିତ

ସବୁରି ମୂଳରେ ଅର୍ଥ ହିଁ ବାଧକ ।।



Rate this content
Log in

Similar oriya poem from Fantasy