Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Classics Inspirational

3  

Mr.GAGAN BIHARI NAYAK

Romance Classics Inspirational

ଅଫେରା ଅତୀତ

ଅଫେରା ଅତୀତ

1 min
213



ଅତୀତ ଗୋ ତୁମେ ବିଜନ ବେଳାର

ଅଭୁଲା ଅଫେରା ସ୍ମୃତି ।

ତୁମେ ଚାଲିଯାଅ କାହିଁକି କେଜାଣି 

ମନେ ଭରି ଦେଇ ତାତି ।0।


ତୁମେ ଫର୍ଦ୍ଦଟିଏ ଶେଷ ଲେଖା ଗୀତ

ହଜିଲ ସମୟ ସାଥେ ।

ତୁମକୁ ମନରେ ଖୋଜି ବୁଲୁଛି ମୁଁ

କେତେ ଯେ ବିଜନ ରାତେ।।

ପଢୁଚି ଲୁଚି ମୁଁ ତୁମେ ଲେଖି ଥିବା

ବିଗତ ଦିନର ଚିଠି ।୧।


ଆଜି ପରେ କାଲି ହୋଇଗଲା କାଲି

ବିତିଲା ସମୟ ଯେତେ ।

ଜାଣିଛ କେତେ ମୁଁ ତୁମ ବିରହରେ

ଜଳିଛି ଜାତନା ସାଥେ ।

ଥରୁଟିଏ ତୁମେ ଫେରେଇ ଦିଅ ସେ

ସପନ ସଜଡା ରାତି ।୨।



Rate this content
Log in

Similar oriya poem from Romance