Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Tragedy

3  

Mamatamanjari Das

Tragedy

ଅଫେରା ଅତୀତ

ଅଫେରା ଅତୀତ

1 min
198



କେଉଁ ଦୋଛକିରୁ ଛାଡିଛୁ ତୁ'ହାତ

ରହିଲୁଣି କେତେ ବାଟେ

ଆଜି ବି ମୋ ମନ ସେଇଠି ରହିଛି

ତୋ'ସ୍ମୃତି ଯେତେ ସବୁ

ମୋ ହୃଦୟରେ ମଥା ପିଟେ ।


ନାହିଁ ଆଉ ସେହି ଫୁଲର ସୁରଭି

ତୁ'ଯେବେଠୁ ଗଲୁଣି ଚାଲି

ମଳୟ ବି ମୋଠୁ ମେଲାଣି ନେଲାଣି

ସମ୍ପର୍କ ସଉଦା ସାରି ।


ଝଙ୍କାଳିଆ ଗଛ ହୋଇଲାଣି ଥୁଣ୍ଟା

ନାହିଁ ଆଉ ପକ୍ଷୀ ବସା

ଅତିଥି ମାନେ ବି ବାଟ ଭାଙ୍ଗିଲେଣି

ଏଠି ଆଉ ନାହିଁ ଛାଇ ମିଳିବାର ଆଶା ।


ଝାପ୍ସା ଦିଶିଲାଣି ଅଫେରା ଅତୀତ

ନଇଁ ଆସେ କାଳ ରାତି

ତୋ'ଜୁଈ ସିନା ଥରୁଟେ ଜଳିଲା

ମୋ ଜୁଈ ଜଳୁଛି ନିତି ।


Rate this content
Log in