ଅପାଶୋରା ଇତିହାସ
ଅପାଶୋରା ଇତିହାସ
ଭ୍ରତ ଖଣ୍ଡ ୟେ ଯେ ଭାରତ ବର୍ଷ ଜମ୍ଵୁଦୀପ ୟାକୁ କହି
ଆର୍ଯ୍ୟ ଜାତିର ପ୍ରଥମ ସୂର୍ଯ୍ୟ ୟେ ଭୂଖଣ୍ଡେ ଉଦୟ ହୋଇ
ସାରା ବ୍ରହ୍ମାଣ୍ଡକୁ ଆଲୋକ ବିସ୍ତାରି ଯାଏ
ଯାହାର ଗୌରବ ଗାଥା ଇତିହାସ ଗଗନ ପବନ କହେ
ସେଇ ମୋ ଭାରତ ଭୂଇଁ
ସତ୍ୟ ଯୁଗରୁ ବେଦ ଶାସ୍ତ୍ର ମୁନି ଋଷିଙ୍କ ମୁଖୁ ସ୍ଫୁରଇ ।।୨
ପ୍ରହଲ୍ଲାଦ ଛଳେ ନରସିଂହ ରୂପ ପୁଣି ରାମ ପର୍ଶୁରାମ
ଶ୍ରୀକୃଷ୍ଣ ବୁଦ୍ଧ ନାନକ ଜୈନ ନିତାଇ ଗୌର ଶ୍ରୀ ଚଇତନ୍ୟ
ଏଇ ଭାରତର ମାଟିରେ ଜନମ
ବାଲ୍ମୀକି ବଶିଷ୍ଠ ଅତ୍ରି ପରାସର ମାର୍କଣ୍ଡେୟ ରୁଷି ଗଣ
ଇଶ୍ଵରଙ୍କ ଅବତାର
ରାମାନୁଜ ଅବା ବିବେକାନନ୍ଦ ସଭେଁ ସନ୍ତାନ ୟେ ମାଟିର ।।୩
ଅହଲ୍ୟା ସୀତୟା ଅନୁସୂୟା ରାଧା ସାବିତ୍ରୀ ୟେ ମାଟି ମାଆ
କୋଳରେ ଜନମ ହୋଇଛନ୍ତି ସତୀ ମହୀୟସୀ ଯୋଗମାୟା
କେତେ ଯେ ପଣ୍ଡିତା କେତେ ବୀରାଙ୍ଗନା
ଏଇ ୟେ ପବିତ୍ର ଭାରତ ଭୁଇଁର ଅଟନ୍ତି ସୁଯୋଗ୍ୟା କନ୍ୟା
ଲକ୍ଷ୍ମୀ ବାଇ ଦୁର୍ଗା ବତୀ
ଭାରତ ଭୂଖଣ୍ଡ ଗର୍ବିତ ଆଜି ଆକାଶ ଛୁଆଁ ତା କିରତି ।।୪
ଏମାଟି ଦେଖିଛି ରମ ରାବଣର ମହା ଯୁଦ୍ଧ ସେତୁବନ୍ଧ
ଏମାଟି ଦେଖିଛି ଭାରତ ସମର ଦେଖିଛି ୟେ ଧର୍ମ ଯୁଦ୍ଧ
ସୁଲତାନ ମାମୁଦ୍ ବାବର ଆବର
କଳିଙ୍ଗ ଯୁନ୍ଧରେ ଚଣ୍ଡାଶୋକ ବୀର ଆଶୋକର ଅବତାର
କରି ଦିଏ ଯେଉଁ ମାଟି
ସେ଼ହି ମୋର ମାଆ ତ୍ରିଲୋକେ ବିଖ୍ୟାତ ଅଲିଭା ଏହାର ଜ୍ୟୋତି ।।୫
କେତେ କବି କେତେ ଲେଖକ ବାଲ୍ମୀକି ଠାରୁ ଆଜି ଯାଏ ଯେତେ
କାଳିଦାସ, ବାଣଭଟ୍ଟ, ଦଣ୍ଡି, ଆଦି ଲେଖିଲେ କବିତା କେତେ
ପଞ୍ଚଶଖା,ଗଙ୍ଗାଧର, ମାୟାଧର
ଭଞ୍ଜ କବି, ଯଦୁମଣୀ ବଳଦେବ, ବଳରାମ କବିବର
ଅଖଣ୍ଡ ଭାରତ ମାତା
ଗରବ କରଇ ଏମିତି ସନ୍ତାନ ସବୁ ତା ପୁତ୍ର ଦୁହିତା ।।୬
ଏମାଟିରେ ଝରେ ଗଙ୍ଗା ଗୋଦାବରୀ, ପବିତ୍ର ପୂଣ୍ୟ ରସ
ମହୋଦଧି ଘେରା ଭୂଖଣ୍ଡ ଭାରତ ହିମାଳୟ କଇଳାଶ
ଶାନ୍ତି, ମୈତ୍ରୀ ପ୍ରୀତିର ବାରତା ଦିଏ
ଯୁଦ୍ଧ ବଦଳରେ ଅହିଂସା ସମରେ ଭାରତ ସ୍ଵାଧିନ ହୁଏ
ଗାନ୍ଧୀ ଗୋପବନ୍ଧୁ ମଧୁ
ବିଜୟ ପତାକା ଉଡାଇ ଭାରତ ଜିଣି ଅଛି ସପ୍ତ ସିନ୍ଧୁ ।।୭
ଏମାଟିରେ ଉଭା ଦଗତର ନାଥ ଦ୍ଵାଦଶ ୟେ ଜ୍ୟୋତିର୍ଲିଙ୍ଗ
ଭାରତର ଶୀଳା ଶାଳଗ୍ରାମ ସବୁ ମାଟି ତା ମଥା ତିଳକ
ଇତିହାସ ଅପାସୋରା ଭାରତର
ଆଜି ନୁହେଁ ଏହା ଯୁଗ ଯୁଗ ଧରି ମହାନ ଭାରତ ବର୍ଷ
ଏହାର ତୁଳନା ନାହିଁ
ଯହା ମୋହ ମାୟା ଛାଡି ନପାରନ୍ତି ସ୍ଵଂୟ ତ୍ରୈଲୋକ୍ୟ ଗୋସାଇଁ ।।୮
ଅପାସୋରା ଅମୃତ ଇତିହାସ ମୋ ମହାନ ଭାରତ ବର୍ଷ
ପୂଣ୍ୟ ଗର୍ଭା ମହା ମାନି ବିନୋଦିନୀ ବିମୋହିତ କରେ ବିଶ୍ଵ
ସତ୍ୟରୁ କଳି ସବୁ ଯୁଗେ ମୋ ଭାରତ
ନିଜର ଗୌରବ ଜୈତ୍ରୀ ଉଡାଇଛି ନେଇ ବଳିଷ୍ଠ ନେତୃତ୍ଵ
ମୋ ଭାରତ ବିଶ୍ଵ ରାଣୀ
ବିଶ୍ଵର ରାଜା ସ୍ଵଂୟ ଜଗନ୍ନାଥ ସ୍ଵାମୀ ବିଶ୍ଵ ମଉଡ ମଣି ।।