ଅନ୍ୟ ପାଇଁ ଜିଏଁ ସେ ଜୀବନ
ଅନ୍ୟ ପାଇଁ ଜିଏଁ ସେ ଜୀବନ


ହେଉ ସେ ଯବାନ ଅଥବା କିଷାନ
ଅନ୍ୟ ପାଇଁ ସମର୍ପିତ
ନିଜ ସ୍ବାର୍ଥ ତେଜି ଅନ୍ୟର କଲ୍ୟାଣ
ପାଇଁ କରେ ପ୍ରାଣପାତ ।
ସମର କ୍ଷେତ୍ରରେ ଅଥବା କ୍ଷେତରେ
ନିଜ ସ୍ୱେଦ ରକ୍ତ ଢାଳି
ଦେଶର ସୁରକ୍ଷା ଦଶର ବୁଭୁକ୍ଷା
ପାଇଁ ଦିଏ ଆତ୍ମବଳୀ ।
ନିଜ ପରିଜନ ଚିନ୍ତାକୁ ବର୍ଜନ
କରି ପର ଚିନ୍ତା କରେ
କିଏ ବୁଝେ ଚିର ଆରାମ ଦାୟିନୀ
ରାତ୍ରୀ କେଉଁ ଭଳି ସରେ ।
ସୁଖର ସ୍ୱପନ ତପନ କିରଣ
ଦୂରେ ତାର ଭବିଷ୍ୟତ
ନିବିଡ଼ ତମସା ଆଚ୍ଛାଦିତ ଦିଶା
ଦୃଷ୍ଟ ନ ହୁଏ କିଞ୍ଚିତ ।
ଚିର ପ୍ରତାରଣା ତାହାର ପାଉଣା
ନାହିଁ ତୁଚ୍ଛ ଅଭିମାନ
ସେହି ତାର ଏକା ମହତ ପଣିଆ
ସେହି ତାର ସ୍ୱାଭିମାନ ।