ଅନୁତାପ
ଅନୁତାପ
ଆଖିର ଲୁହରେ ଦେଉଅଛି ମୂଲ୍ୟ
କରୁଅଛି ଅନୁତାପ,
ଅତୀତର ସେହି ଭୁଲ ପାଇଁ ଆଜି
ହୃଦୟ କରେ ବିଳାପ ।।
କାହିଁ ଆସିଥିଲୁ ଏଇ ଜୀବନରେ
ମାୟାବିନୀ ରୂପ ଧରି,
ଦେଲୁ ନାହିଁ ଟିକେ ପ୍ରେମର ସୁଖ ତୁ
ଦୁଃଖ ଦେଲୁ ଅସୁମାରୀ ।।
ଯନ୍ତ୍ରଣା ଜୁଇଁଁରେ ଜଳୁଛି ଆଜି ମୁଁ
ପିଇଛି ପ୍ରୀତିର ବିଷ,
ଆଉ କା ଶଯ୍ୟାରେ ହୋଇ ଶଯ୍ୟାୟିନୀ
ପାଳେ ସେ ପତ୍ନୀର ବ୍ରତ ।।