ଅନୁତାପ
ଅନୁତାପ


ଯେତେ ଚା ପିଇ ଥିଲେ ମଧ୍ୟ ସଙ୍ଗୀତା ଘରେ ପଶୁ ପଶୁ ଆଉ ଗୋଟିଏ କପ୍ ବଢେଇ ଦିଅନ୍ତି, ସ୍ୱାମୀ ପ୍ରତାପଙ୍କ ହାତକୁ। ପ୍ରତିବଦଳରେ ଛୋଟିଆ ଵ୍ୟାଗ୍ ଖଣ୍ଡିକ ଧରେଇ ଦିଅନ୍ତି ପ୍ରତାପ୍ । ମେଘୁଆ ରଙ୍ଗର ଶାଢ଼ୀ ବହୁତ ପସନ୍ଦ କରନ୍ତି ସଙ୍ଗୀତା । କିନ୍ତୁ ନିଜ ହାତରୁ କିଣିକି ଜମା ପିନ୍ଧିଵେନି। ପ୍ରତାପ କହି ଚାଲିଲେ ଶିଘ୍ର ଏ ଶାଢ଼ୀ ଖଣ୍ଡେ ପିନ୍ଧିକି ଵାହାର।ଯିବା ଆଜି ସାହିତ୍ୟ ଆସରକୁ।
ମେଘୁଆ ରଙ୍ଗର ଶାଢ଼ୀକୁ ବାଦଲ ପରି ମନ ନେଇ ବାହାରେ ସଙ୍ଗୀତା। ଏଇ ସବୁରେ ତାର ଜମା ଇଚ୍ଛା ନାହିଁ। ଅନେକ ଥର କହି ପକାଏ ଏ ସବୁକୁ ଧୈର୍ଯ୍ୟ ଧରି ଶୁଣିବା ପାଗଳାମି ତା ଛଡା ଆଉ କିଛି ନୁହେଁ। ଚୁପ୍ ରହନ୍ତି ପ୍ରତାପ।ଏମିତି ପାଇଁ ସବୁବେଳେ ପ୍ରାୟ ଚୁପ୍ ବହୁତ ଗମ୍ଭୀର,
ରହୁଥିଲେ ଏବଂ ବର୍ତ୍ତମାନ ତାଙ୍କର ବାଉଳା ଢଙ୍ଗ ନିରବ ରହିବାକୁ ଦିଅନ୍ତନି ଏତେ ଶ୍ରଦ୍ଧା କରିବା,ସେ କିଛି ବି ବୁଝି ପାରିନାହିଁ। ଦିନେ ସେ ବସିଥାଏ, ପ୍ରତାପ ଆରମ୍ଭ କଲେ ଆରେ ଚାଲ କିଛି ଦିନ ବାହାର କୁ ଯିବା ବୁଲାବୁଲି କରି ଆସିବା
ମନଟା ଭଲ ଲାଗିବ। ପଡୋଶୀ ମୀତାଲି
ଆଉ ତା ପୁଅ କୁନ୍ ମୁନ୍ କୁ ବି ପଚାରି ଆସ ଯଦି ଯିବେ ଭଲ କଥା। ଛୁଆ ସବୁ ମିଶିକି ବୁଲିବେ। ପ୍ରସ୍ତୁତି ହେଲା ସବୁ ମିଶିକି ଗଲେ ପୁରୀ। ରହଣି ବ୍ୟବସ୍ଥା କଲେ ପ୍ରତାପ। ଦୁଇଟି ରୁମ ଯଥେଷ୍ଟ।ଦିନ ତମାମ ଵୁଲି ବୁଲି କରି ରାତି ଘଡ଼ିଏ ଶୋଇବା ପାଇଁ ଠିକ୍ ଥିଲା। ଛୁଆଙ୍କୁ ଧରି ମୀତାଲୀ
ଗୋଟିଏ ରୁମରେ ଶୋଇଛି,ଆଉ ପ୍ରତାପ ସଙ୍ଗୀତା ଆଉ ଗୋଟିଏ କୋଠରୀରେ। ପ୍ରେମ ପୂର୍ଣ୍ଣ ଭଙ୍ଗୀରେ ପ୍ରତାପ ପଚାରିଛନ୍ତି ନିଦ ଲାଗୁନି କି । କପାଳରେ ମାଣ ଭର୍ତ୍ତି ଚୁମ୍ବନ ଢାଳିଦେଇ ପିଠି ଆଉଁସି ଶୁଆଇ ଦିଅନ୍ତି।
ରାତି ପ୍ରାୟ ସାଢେ଼ ଦୁଇଟାରେ
ନିଦ ଭାଙ୍ଗି ଯାଇଛି,ଦେଖେ ତ ବିଛଣାରେ
ପ୍ରତାପ ନାହାନ୍ତି। ଅହେତୁକ ଭୟରେ ଦେହଟା ଶୀତେଇ ଉଠିଛି।ନ ଥିଲା ଆଶଙ୍କା,ମନରେ ଅଜସ୍ର ପ୍ରଶ୍ନ। ବାହାରକୁ ବାହାରି ଆସିବାକୁ ଚେଷ୍ଟା କଲା ସଙ୍ଗୀତା,ନା ପାରିଲାନି। କ'ଣ ଆଉ କରିବ ନିରବରେ ପଡ଼ି ରହିଲା।ନ ଜାଣିବା ପରି ଅଭିନୟ କଲା।ସକାଳ ପାହିଗଲା,ପ୍ରତାପ ତରବରିଆ ହୋଇ ପଶି ଆସିଲେ।ବାହାର ପଟୁ ବୋଧେ ବନ୍ଦ କରିଯାଇଥିଲେ। ତହିଁ ଆରଦିନ ଫେରିଯିବାକୁ ବ୍ୟାଗ୍ ଗୁଡ଼ିକ ସଜାଡି ବସିଲା ସଙ୍ଗୀତା। ପ୍ରତିବାଦ କଲେ ପ୍ରତାପ ବାବୁ। ଆରେ ରୁହ ଆଉ ଦୁଇଟି ଦିନ ଦେଖୁଛ ପିଲାଗୁଡା କେମିତି ଖୁସିରେ ପାଗଳ।ମନା କରିବା କି ପ୍ରତିବାଦ କରିବା ଶକ୍ତି ନ ଥିଲା ତା ପାଖରେ । କିନ୍ତୁ ତା ପାଦତଳୁ ମାଟି ଖସି ଚାଲିଛି । ମୁଣ୍ଡ ଉପରେ ବିରାଟ ଆକାଶର ଶୋଭାଯାତ୍ରା ତାକୁ ଅଟ୍ଟହାସ୍ୟ କରୁଛି,ଆଉ ସେ କିଂ କର୍ତ୍ତବ୍ୟ ଵିମୁଢ ।
ସମସ୍ତେ ମିଶି ବୁଲାବୁଲି କରିବା
ଭିତରେ
ସଙ୍ଗୀତା ତା ନିଜ ଅସ୍ତିତ୍ଵ ଖୋଜୁଥିଲା। ସନ୍ଧ୍ୟା ନଇଁଲେ ସୂର୍ଯ୍ୟ ଫେରି ଯିବା ବାଟକୁ ଚାହିଁ ବସିଥିଲା ସଙ୍ଗୀତା।ସତରେ ସୂର୍ଯ୍ୟ ଦିଗନ୍ତ ଛାଡି
ଆଉ କୋଉ ରାସ୍ତା କୁ ଯାଇ ପାରନ୍ତି କି ?
ଯଦି ବା ପଦ୍ମ ଅହରହ ସୂର୍ଯ୍ୟ ଙ୍କୁ ଚାହିଁ ମୁରୁକି ହସି ଦେଇ ଦିନ ବିତାଏ। ହେଲେ ଦିଗନ୍ତ ର ପରିକଳ୍ପନା ରେ ସୂର୍ଯ୍ୟ ଆଉ ପ୍ରୃଥିବୀ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।
ରାତି ବଢ଼ିଛି ପୂର୍ବପରି ସେମାନେ ଶୋଇଯାଇଛନ୍ତି ନିଦ୍ରା ଦେବୀ କୋଳରେ।
ଆଜି କିନ୍ତୁ ସେ ସ୍ଵାମୀ ଙ୍କ ଠାରୁ ସେ କିଛି ଆଶା ରଖିନି। ଚିରାଚରିତ ରୀତି ରେ ଖାଇପିଇ ଶୋଇପଡିଛି। ଠିକ୍ ଅଧରାତି ପ୍ରତାପ ଉଠି ଚାଲିଲେ, ଆଗରୁ ସେ ଲଡ୍ଜ ମ୍ୟାନେଜର କୁ କହିଥିଲା, ମୁଁ ଯଦି କଲିଙ୍ଗ ବେଲ୍ ମାରିବି
ଦୟାକରି ଆପଣଙ୍କ ଡ୍ୟୁପ୍ଲିକେଟ ଚାବି ବ୍ୟବହାର କରି ଖୋଲି ଦେବ।କିଛି ନ ବୁଝି ମଧ୍ୟ ମ୍ୟାନେଜର ବାଉରୀବନ୍ଧୁ ହଁ କଲା।ଜୀବନର ସବୁ ସମ୍ପର୍କକୁ ବୋଧେ ଆଜି ଶେଷ କରିଦେଵ ସଙ୍ଗୀତା। ସ୍ଥିର
ମନରେ ଆଗକୁ ଚାଲିଲା।ପାଖ ରୁମ୍ ରେ
ମିତାଲୀ ଛୁଆଙ୍କୁ ଧରି ଆରାମରେ ଶୋଇବା ବେଳେ ପ୍ରତାପ ଙ୍କ ଅନୁପସ୍ଥିତି ଆହୁରି ସନ୍ଦେହ ଜନକ। ବାହାରକୁ କେହି ନ ଯିବା କଥା ଆହୁରି ହୃଦୟ ବିଦାରକ। ଧୀରେ ଧୀରେ ଛାତ ଉପରକୁ ଉଠିଲା ସଙ୍ଗୀତା । ଦେଖିବା ପରେ ବିଶ୍ୱାସ କରି ପାରିନି। ପ୍ରିୟ ପୁରୁଷ ଜଣକ ହସ ହସ
ହରଷ ଭରେ, ଚାହିଁ ରହିଥିଲେ ଶଶାଙ୍କ କୁ।ଆଶ୍ଵସ୍ତୀ ଅନୁଭବ କଲା ସଙ୍ଗୀତା।
ଏତେ ନିଚ ଦୁର୍ବଳ ଛୋଟ ବିଚାର ସେ
କରି ପାରିଥିଲା । ଧିକାରିଲା ନିଜକୁ।
ମନେ ମନେ ଚିନ୍ତା କଲା ଛି ସ୍ଵାମୀ ଙ୍କୁ
କ'ଣ ଭାବୁ ଥିଲା ।
ଆଜିଠାରୁ ସେ ସ୍ବାମୀ ଙ୍କୁ ଯେତେ ପାରେ ସହଯୋଗ କରିବ।କଥା କଥାରେ ଭାଵ ଆଉ ଶବ୍ଦ ପରଷିବା ।କଵିପ୍ରାଣ ନେଇ ଜିଇଁ ଥିବା ପ୍ରତାପ, ରାତିକୁ ନିଜର ସହଚରୀ ମନେ କରନ୍ତି।ନିରୋଳା ରାତି ର ଛାତିରେ ସେ ଜହ୍ନ ଦେଖିବାକୁ ଭଲ ପାଆନ୍ତି।ମନରେ ଭାଷା ଓ ଭାବକୁ କଲମ ମୁନରେ ଗାରେଇ ଦିଅନ୍ତି।
ସଂଗୀତା ଅସୁସ୍ଥ ହେବା ପରେ ଲେଖା ହିଁ ତାଙ୍କର ଚୀର ସାଥୀ । ହୁଏତ ଜହ୍ନକୁ ମନ କଥା ଖୋଲି କହନ୍ତି।ଜୋଛନାକୁ ପ୍ରୀତି ପାଇଁ ନିବେଦନ କରନ୍ତି,। ବାସ୍ତବବାଦୀ ସଙ୍ଗୀତା ଓ ପ୍ରକୃତି ପ୍ରେମ ର ପୂଜାରୀ ପ୍ରତାପ,ଆଜି ପରସ୍ପର କୁ ବୁଝି ପାରିଛନ୍ତି ।