Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIBEDITA MOHAPATRA

Inspirational

4  

NIBEDITA MOHAPATRA

Inspirational

ଅନୁତାପ

ଅନୁତାପ

1 min
204



ଜ୍ଞାତ ଅଜ୍ଞାତରେ କରିଥିବା ଭୁଲ୍ ପାଇଁ

ବେଳ ଥାଉ ଅନୁତାପ କରିନିଅ ଭାଇ

ସମୟର ଗତି କା' ପାଇଁ ଅଟକେ ନାଇଁ

ଅତି ମୂଲ୍ୟବାନ ୟାକୁ ଭୁଲିଯାଅ କାଇଁ।


ଅନୁତାପ କରି ମହାଦସ୍ୟୁ ରତ୍ନାକର

ହୋଇଲେ ବାଲ୍ମିକୀ କରି ଜ୍ଞାନ ଅଧିକାର

ଅନୁତାପ ଅନଳେ ଜାଳି ପାପ ନିଜର

ପାଲଟିଲେ ମହର୍ଷି ସେ ତ ସନ୍ଥ କୁଳର।


ବଡ଼ପଣ ନିହିତ ଥାଏ ଅନୁତାପରେ  

ସୁଧୁରି ଯିବାରେ ଆସ ଏଇ ମାଧ୍ୟମରେ

ନୂଆ କରି ଆରମ୍ଭିବା ସବୁ ଆଉ ଥରେ

ଆଗେଇ ଯିବା ମିଳି ସମ୍ଭାବନା ପଥରେ।


ପୂଣ୍ୟାତ୍ମା ଜନ ସଦା ଆଦରି ଅନୁତାପ

ପ୍ରାୟଶ୍ଚିତ କରି ଭୁଲାନ୍ତି ନିଜ ସନ୍ତାପ।


Rate this content
Log in

Similar oriya poem from Inspirational