ଅନୁରାଗ.. ପ୍ରଣତି ଜେନା
ଅନୁରାଗ.. ପ୍ରଣତି ଜେନା
ଜୀବସତ୍ତା ଭିତରେ ସେ ହିଁ ବିଦ୍ୟମାନ
ଚେତନା ଭିତରେ ସେ ହିଁ ସମାହିତ
ଭାବର ଭାବନା ହୋଇ ସେ ହିଁ ପଥ ପ୍ରଦର୍ଶକ
ଯାହା ହେଉଛି, ଯାହା ହେବ, ଯାହା ହୋଇଛି ସବୁ କିଛି ର କର୍ତ୍ତା, କାରଣ ହିଁ "ସେ "
ସବୁ କିଛି ନିଶ୍ଚୟ ଅମୃତ ମୟ ହେ ହରି
ସମର୍ପଣ ଭାବନା ତାଙ୍କର ଅହେତୁକ କୃପା
ହେ ପରମ ଦୟାଳୁ ପରଂବ୍ରହ୍ମ କିଞ୍ଚିତ ମାତ୍ର କୃପା ଦୃଷ୍ଟି ରହିଥାଉ ମୋ ପରମ କାରୁଣିକ ଅନାଥର ନାଥ, ଅଗତି ର ଗତି ମୋ ଜୀବନ ଶଙ୍ଖାଳି
ମୋ ଭିତରେ ମୁଁ ନାହିଁ କେବଳ ସେ ହିଁ ସେ
ଏ ଶରୀର ଭିତରେ ଶିରା, ପ୍ରଶିରା ର ପ୍ରତେକ ରକ୍ତ କଣିକା ତା ନାମ ଶକ୍ତି ରେ ପ୍ରବାହିତ
ହେ ମୁକୁନ୍ଦ, ମୁରାରୀ ହେ ଗୋବିନ୍ଦ, ଗିରିଧାରୀ
ପ୍ରତେକ ଶବ୍ଦ ପ୍ରଭୁ ଙ୍କ କୃପାରୁ ହିଁ ହାତରେ ଆସିଥାଏ
ଏ ମନ, ହୃଦୟ, ପ୍ରାଣ ସବୁ କିଛି ଯଦି ତାଙ୍କର ତାହେଲେ ସେଠି ବନ୍ଧନ କି ମୋକ୍ଷ ର କିଛି କାରଣ ନ ଥାଏ
ତଲ୍ଲୀନ ଭାବର ଭାବ ହିଁ ପ୍ରଭୁଙ୍କର ଅନୁଭବ...
ଗୋବିନ୍ଦ ଙ୍କର ଗୁଣ ଗାନ କରିବା,ଭଲ ପାଇବା, ପ୍ରେମ, ଶ୍ରଦ୍ଧା, ସମର୍ପଣ ସବୁ କିଛି ତାଙ୍କ ଇଚ୍ଛା ର ଅଧୀନ l ତାହା ତାଙ୍କର ଦୟା
ମୋହ ର ମହାନତା ଭରା ମାୟା ତ "ମୋ " କୁ ଆବୃତ୍ତ କରିଥାଏ
"ସେ " ହିଁ ତ ଅମୃତ, ଶାଶ୍ୱତ, ସତ୍ୟ, ନିତ୍ୟ, ଚିରନ୍ତନ ଅନୁରାଗ ରେ ଭରା ଅତ୍ମୀୟତାର ଅନୁଭବ
ସମସ୍ତ ଜୀବ ସତ୍ତାର ଏକାନ୍ତ ଆପଣାର
ମୋ ପ୍ରଭୁ, ମୋ ଜୀବନ, ମୋ ଧନ, ମୋ ମଣିମା