ଅନୁଭୂତିର ଇନ୍ଦ୍ରଧନୁ ( ୭)
ଅନୁଭୂତିର ଇନ୍ଦ୍ରଧନୁ ( ୭)
କିଛି ସ୍କୃତି ତୁମେ ଚିରନ୍ତନ ଅପାସୋରା
ତୁମେ ସକାଳ ସୁରୁଜ ପାହାନ୍ତି ରାତିର ତାରା
ଭୁଲିବା ଚାହିଁଲେ ଭୁଲି ହୁଏନା
କହିବା ଚାହିଁଲେ କହି ହୁଏନା
ମନ ସିନ୍ଧୁକରେ ପଡିକି ରହିଛି ତାଲା
ଦଲକାଏ ଉତ୍ତରା ପବନେ ତାଲା ହଲିଯାଏ ସିନା
ସ୍ମୃତି ସବୁ ଆଉଜିବାକୁ ଖୋଜନ୍ତି ଜାଗା ।
କଙ୍କି ଧରଣଠୁ ମାଁ ମରଣ
ଭୋଦେଇ ମାସର ଜହ୍ନି ଫୁଲ ଠୋଠା
କାକୁଡି ଫୁଲ ଠୋଠା
ପ୍ରାଥମିକ ବିଦ୍ୟାଳୟର ଅଖି ମୁଠିଠୁ ହାଇସ୍କୁଲର ଅଢେ଼ଇ ଟଙ୍କା ଫିସ୍ ଦବା
ସବୁ କ୍ରମାନ୍ୱୟରେ ଯନ୍ତ୍ର ବାକ୍ସରେ ସାଇତା
ହଷ୍ଟେଲକୁ ବାପାଙ୍କର ତିନିଶହ ଟଙ୍କା ପଠାଇବା ।
ଜଳଖିଆରେ ମାଁ ର ଛତୁଆ ଚୂନା
ବଡ଼ ବଡ଼ ଘରର ପିଲାଙ୍କ ସାମ୍ନା
ରସ ଥାଳି ନେଇ ହୋଇଥିଲି ଯାହା ଲାଜରା
ଗାଁରେ କଂସା ପିତ୍ତଳ ସହ ଖଣ୍ଡେ ଦି ଖଣ୍ଡ ଷ୍ଟିଲ ଥାଳିର ଚାହିଦା
ଦି ଖଣ୍ଡରୁ ତିନି ଖଣ୍ଡ ପୋଷାକ ଧୋଇ ଶୁଖେଇ ପିନ୍ଧା
ତଥାପି ସେଦିନର ସୁବାସିତ ସମୟ
ପୁଷ୍ପରେ ଥିଲା ଶାନ୍ତିର ବାସନା
ଆଜି କାହିଁ ଉଦ୍ ବେଳିତ ଉତ୍ କଣ୍ଠିତ ସ୍କୃତି ସବୁ
ମନ ଆଇନାରେ ଦିଶୁଛି ଝାପସା ।